୧୨ପରିବାରଙ୍କ ଘର ଉଜାଡ଼ିଲା ଅଦିନିଆ ଝଡ଼ବର୍ଷା

ଦଶମନ୍ତପୁର,୨୫ା୫ (ଡି.ଏନ୍‌.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚ଼ଣାବାଡ଼ ପଞ୍ଚାୟତର ଏସ୍‌.ଡଣ୍ଡାବାଡ଼ ଗ୍ରାମରେ ରବିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହୋଇଛି। ଫଳରେ ଗ୍ରାମର ୧୨ ଜଣଙ୍କ ଘର ଭାଙ୍ଗଛି। ସେମାନଙ୍କ ମଧ୍ୟରୁ ଶୋଭା ସାଉନ୍ତାଙ୍କ ୬ଟି ଆଜବେଷ୍ଟ ଭାଙ୍ଗିରୁଜିଯିବା ସହ ୩୦ ବସ୍ତା ଧାନ, ୩ ବସ୍ତା ମାଣ୍ଡିଆ, ୫୦ କେଜି ଚ଼ାଉଳ ଓଦା ହୋଇ ନଷ୍ଟ ହୋଇଛି। ଦର୍ଶନ ସାଉନ୍ତାଙ୍କ ୧୦ଟି ଆଜବେଷ୍ଟସ ପବନ ଉଡ଼ାଇ ନେଇଛି। ୬୦ ବସ୍ତା ଧାନ, ୩ ବସ୍ତା ଚ଼ାଉଳ ଓ ୪ କୁଇଣ୍ଟାଲ ମାଣ୍ଡିଆ, ସୁବାସ ସାଉନ୍ତାଙ୍କ ୬ଟି ଆଜବେଷ୍ଟସ ଭାଙ୍ଗିଥିବା ବେଳେ ୮ ବସ୍ତା ଧାନ, ୨ ବସ୍ତା ମାଣ୍ଡିଆ, ୫୦ କେଜି ସୁଆଁ, ୬୦ ହଜାର ଟଙ୍କାର ଦୋକାନ ସାମଗ୍ରୀ ନଷ୍ଟ ହୋଇଯାଇଛି। ଆନନ୍ଦ ସାଉନ୍ତାଙ୍କ ମାଣ୍ଡିଆ ୨୦ କେଜି, ୪୦ ବସ୍ତା ଧାନ, ଘରର ବାସନ କୁସନ ସାମଗ୍ରୀ, ଦୁକୁ ଜାନିଙ୍କ ୨ଟି ଆଜବେଷ୍ଟସ, ୪ ବସ୍ତା ମାଣ୍ଡିଆ, ସୁନ୍ଦର କୁଲିସିକାଙ୍କ ୭ଟି ଆଜବେଷ୍ଟସ ସହ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ଈଶ୍ୱର ମିଣିଆକାଙ୍କ ଘର କ୍ଷତି ହୋଇଛି। ଲିମ ମିଣିଆକାଙ୍କ ୩ଟି ଆଜବେଷ୍ଟସ, ୬ ବସ୍ତା ଧାନ, ୪ ବସ୍ତା ମାଣ୍ଡିଆ, ମାତି ଜାନିଙ୍କ ୨ଟି ଆଜବେଷ୍ଟସ ଏବଂ ୨୦ ବସ୍ତା ଧାନ ନଷ୍ଟ ହୋଇଛି। ପାତ୍ର ସାଉନ୍ତାଙ୍କ ୧୦ ବସ୍ତା ଧାନ, ୩ ବସ୍ତା ମାଣ୍ଡିଆ ଏବଂ ୨ଟି ଆଜବେଷ୍ଟସ ଏବଂ ସାହେବ ଜାନିଙ୍କ ୪ଟି ଆଜବେଷ୍ଟସ ନଷ୍ଟହେବା ସହ ନିଜ ବାଡ଼ିରେ ଲାଗିଥିବା କଦଳୀ ଓ ଆମ୍ବ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିସହ ଗ୍ରାମର ଅନ୍ୟ ପରିବାର ମଧ୍ୟ ଅଳ୍ପ ବହୁତେ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ଷାପବନ ଯୋଗୁ ଗ୍ରାମରେ ସୋମବାର ଅପରାହ୍ନ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ଅଜୟ ପ୍ରକାଶ ତିର୍କୀଙ୍କୁ ପଚାରିବାରୁ ସେ କହିଲେ ଯେ, ମୁଁ ଆର୍‌ଆଇଙ୍କୁ କ୍ଷୟକ୍ଷତି ଆକଳନ ପାଇଁ ପଠାଇ ସହାୟତା ବ୍ୟବସ୍ଥା କରିବି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri