୧୧ ବର୍ଷ ପରେ ଏକାଠି ନଜର ଆସିବେ ରାଣୀ-ଶୈଫ

ମୁମ୍ବାଇ: ବଲିଉଡ୍‌ରେ ଦୀର୍ଘ ୧୧ ବର୍ଷ ପରେ ପୁଣିଥରେ ନଜରକୁ ଆସିବେ ରାଣୀ ମୁଖାର୍ଜି ଓ ଶୈଫ ଅଲ୍ଲି ଖାଁ। କାରଣ ୨୦୦୫ର ଫିଲ୍ମ ‘ବଣ୍ଟି ଔର ବବ୍‌ଲି’ ପୁଣିଥରେ ଦର୍ଶକଙ୍କୁ ହସାଇବାକୁ ଆସୁଛି। ପୂର୍ବରୁ ଏହି ସୁପରହିଟ୍‌ ଫିଲ୍ମରେ ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜି ମୁଖ୍ୟ ଭୂମିକାରେ ଥିବା ବେଳେ ଏଥର ଏହାର ସିକ୍ୱିଏଲରେ ଅଭିଶେଷକଙ୍କ ସ୍ଥାନରେ ଶୈଫ ଅଲି ଖାଁଙ୍କୁ ଦେଖିବାକୁ ମିଳିବ। ଏହାର ନାଁ ରହିବ ‘ବଣ୍ଟି ଔର ବବ୍‌ଲି ୨’। ଦୀର୍ଘ ୧୧ ବର୍ଷ ପରେ ରାଣୀ-ଶୈଫ ଯୋଡି ପରଦାକୁ ଫେରୁଥିବାରୁ ଦର୍ଶକେ ଏବେଠାରୁ ଅପେକ୍ଷା ରଖିଲେଣି। ‘ହମ୍‌ ତୁମ’, ‘ତା ରା ରମ ପମ୍‌’ ଭଳି ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଥିବା ଏହି ଯୋଡିଙ୍କୁ ହିଟ୍‌ ଯୋଡି ବୋଲି କୁହାଯାଏ। ଏବେ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଓ ବରୁଣ ଶର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଥିବା ‘ବଣ୍ଟି ଔର ବବ୍‌ଲି ୨’ରେ ଏମାନଙ୍କ ଯୋଡି ଦର୍ଶକଙ୍କ ମନକୁ ଛୁଇଁବ ବୋଲି କୁହାଯାଉଛି।

Share