Categories: ଖେଳ

୧୧ ବର୍ଷ ତଳେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ୍‌,୩।୩: ପାକିସ୍ତାନକୁ ଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୧ ବର୍ଷ ବିତିଛି। ୨୦୦୯ ମାର୍ଚ୍ଚ ୩ରେ ଲାହୋରସ୍ଥିତ ଗଦାଫି ଷ୍ଟାଡ଼ିୟମ୍‌ରେ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନର ଖେଳ ଖେଳାଯିବାର ଥିଲା। ଶ୍ରୀଲଙ୍କା ଦଳ ଷ୍ଟାଡ଼ିୟମ୍‌ ଅଭିମୁଖେ ଯାତ୍ରା କରିଥିଲେ। ତେବେ ବାଟରେ କିଛି ଆତଙ୍କବାଦୀ ବସ୍‌କୁ ଘେରି ଆଖିବୁଜା ଗୁଳି ଚାଳନା କରିବା ଆରମ୍ଭ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ଘଟଣାସ୍ଥଳରେ ୬ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୨ ଜଣ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଶ୍ରୀଲଙ୍କା କ୍ରିକେଟ ଦଳ ସଦସ୍ୟ ବସ ସିଟ୍‌ରୁ ଉଠି ତଳେ ଶୋଇ ରହିଥିଲେ। ଏହି ଘଟଣାରେ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ମହେଲା ଜୟବର୍ଦ୍ଧନେ, କୁମାର ସଙ୍ଗକାରା, ଅଜନ୍ତା ମେଣ୍ଡିସ୍‌ ଆହତ ହୋଇଥିଲେ। ଅପରପକ୍ଷରେ ଥିଲାନ ସମରବୀରା ଏବଂ ଥରଙ୍ଗା ପରବିତରାନା ଗୁରୁତର ଆହତ ହୋଇଥିଲେ। ଏହାପରେ ପାକିସ୍ତାନରେ ୧୦ ବର୍ଷ ଧରି କୌଣସି ଟେଷ୍ଟ ମ୍ୟାଚ୍‌ ନ ଖେଳାଯାଇ ନ ଥିଲା।

Share