Categories: ବାଣିଜ୍ୟ

୧୧ ବର୍ଷରେ ୧.୮୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୧୦-୭: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇ ଦିନକୁ ଦିନ ବଢୁଥିବା ଦେଖାଯାଇଛି। ଗତ ୧୧ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡିକରେ ୪୪,୦୧୬ ଠକେଇ ମାମଲା ସାମ୍ନାକୁ ଆସିଛି। ୨୦୦୮-୦୯ ପରଠାରୁ ଏହି ମାମଲାଗୁଡିକରେ ୧.୮୫ ଲକ୍ଷ କୋଟି ଟଙ୍କା ଜଡିତ ରହିଥିବା ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ରାଜ୍ୟ ସଭାକୁ ଏକ ମଙ୍ଗଳବାର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ୨୦୧୬-୧୭ରେ ୩,୯୨୭ ଠକେଇ ମାମଲା ରିପୋର୍ଟ କରାଯାଇଛି। ଏଥିରେ ଠକେଇ ପରିମାଣ ୨୫,୮୩୩.୯୯ କୋଟି ଟଙ୍କା ରହିଛି। ଏହା ୧୧ ବର୍ଷରେ ସର୍ବାଧିକ ରହିଛି। ଏହାର ପରବର୍ତ୍ତୀ ବର୍ଷଗୁଡିକରେ ଠକେଇ ମାମଲା ବଢି ୪୨୨୮ ଛୁଇଁଛି। ଏଥିରେ ୯,୮୬୬ କୋଟି ଟଙ୍କା କ୍ଷତି ହୋଇଛି। ୨୦୧୮-୧୯ରେ ୨୮୩୬ ଠକେଇ ମାମଲା ରିପୋର୍ଟ କରାଯାଇଛି। ଏଥିରେ ୬,୭୩୪.୬୦ କୋଟି ଟଙ୍କା ବ୍ୟାଙ୍କଗୁଡିକ କ୍ଷତି ସହିଛନ୍ତି। ୨୦୧୨-୧୩ରେ ବ୍ୟାଙ୍କ ଏବଂ ନିର୍ଦ୍ଦିଷ୍ଟ ବିତ୍ତ ପ୍ରତିଷ୍ଠାନଗୁଡିକରେ କ୍ଷତି ମାମଲା ସଂଖ୍ୟା ୪୫୦୪ ରହିଥିଲା। ଏଥିରେ ୨୪,୮୧୯.୩୬ କୋଟି ଟଙ୍କା ଜଡିତ ରହିଛି।

Share