Posted inରାଜ୍ୟ

୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବୁଧବାର ପୂର୍ବାହ୍ନରେ ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୧ଜଣଙ୍କୁ କ୍ୟାବିନେଟ୍‌ ପାହ୍ୟା ଓ ୯ଜଣଙ୍କୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀପଦ ମିଳିଛି। ଏନେଇ ରାଜଭବନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ନବକିଶୋର ଦାସ ଏବଂ ଟୁକୁନି ସାହୁଙ୍କୁ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ପଦ ମିଳିଛି। ସେହିପରି ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାଶ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଏବଂ ଜଗନ୍ନାଥ ସାରକାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।
ଶପଥଗ୍ରହଣ ଦିନକ ପୂର୍ବରୁ ମଙ୍ଗଳବାର ମନ୍ତ୍ରୀ ପଦ ପାଇବା ନେଇ ବିଜେଡି ନେତାମାନଙ୍କ ମଧ୍ୟରେ ବହୁ ଉତ୍ସୁକତା ରହିଥିଲା। କେତେ ବେଳେ ଡକରା ଆସିବ। ପୁଣିଥରେ ମନ୍ତ୍ରୀ ପଦବୀ ମିଳିବ ନା ନାହିିଁ। ଏଭଳି ଆଶଙ୍କା କରି ଆଶାୟୀ ପୂର୍ବତନ ମନ୍ତ୍ରୀଙ୍କର ହାର୍ଟ ବିଟ୍‌ ବଢ଼ିଯାଇଥିଲା। ମଙ୍ଗଳବାର ଦିନତମାମ ଆଶା ଓ ଆଶଙ୍କାରେ ଦିନ କାଟୁ୍‌ଥିଲେ ଆଶାୟୀ ଓ ବରିଷ୍ଠ ବିଧାୟକମାନେ। ସସପେନ୍ସ ଭିତରେ ପୂରା ଦିନ ବିତିଗଲା। ଖରା ଯାଇ ସଞ୍ଜ ନଇଁଲା, ତଥାପି ମନରେ ଥିଲା ଶଙ୍କା। ସମସ୍ତଙ୍କର ନବୀନ ନିବାସର ଫୋନ କଲ୍‌କୁ ଥିଲା ଅପେକ୍ଷା। ସନ୍ଧ୍ୟାବେଳକୁ ଗୋଟିଏ ପରେ ଗୋଟିଏ ଫୋନ୍‌ କଲ୍‌ ଉପରୋକ୍ତ ବିଧାୟକମାନଙ୍କ ପାଖକୁ ଯାଇଥିଲା।
ଅନ୍ୟପକ୍ଷରେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମଧ୍ୟ ଫୋନ୍‌ କଲ୍‌ ଯାଇଥିବା ଜଣାପଡିଛି। ପ୍ରମିଳାଙ୍କୁ ଶାସକ ଦଳର ମୁଖ୍ୟ ସଚେତକ ଏବଂ ସୂର୍ଯ୍ୟଙ୍କୁ ବାଚସ୍ପତି ପଦବୀରେ ବସାଇବା ନେଇ ଚର୍ଚ୍ଚା ହେଉଛି। ଫୋନ କଲ ପାଇବା ପରେ ଉପରୋକ୍ତ ବିଧାୟକମାନେ ଉତ୍ସାହିତ ହୋଇପଡ଼ିଥିବା ସେମାନଙ୍କ ସହ କଥାବାର୍ତ୍ତା ବେଳେ ଜଣାପଡ଼ିଛି। ଅନ୍ୟପକ୍ଷରେ ଫୋନ କଲ ପାଇ ନ ଥିବା କେତେଜଣ ବରିଷ୍ଠ ବିଧାୟକଙ୍କୁ ନିରାଶ ହେବାକୁ ପଡ଼ିଛି।
ନୂଆ ମନ୍ତ୍ରିମଣ୍ଡଳରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଧିକ ନୂଆ ମୁହଁକୁ ସାମିଲ କରିଛନ୍ତି। ବିଶେଷ କରି କୌଣସି ମାମଲାରେ ଜଡ଼ିତ ହୋଇ ନ ଥିବା ଯୁବ ବିଧାୟକଙ୍କୁ ନବୀନ ଗୁରୁତ୍ୱ ଦେଇଛନ୍ତି। ଯେଉଁମାନଙ୍କ ନାମରେ କିଛି ଅଭିଯୋଗ ରହିଛି କିମ୍ବା ପୂର୍ବ ରେକର୍ଡ ଖରାପ ରହିଛି, ସେମାନଙ୍କୁ ଦୂରେଇ ରଖାଯାଇଛି। ପୂର୍ବରୁ ସୁଶାନ୍ତ ସିଂ ଶକ୍ତି ଓ ଶ୍ରମ ବିଭାଗ ଦାୟିତ୍ୱ ତୁଲାଇଛନ୍ତି।

ବିଜେପୁର ଉପନିର୍ବାଚନ ଓ ଗତ ସାଧାରଣ ନିର୍ବାଚନରେ ନବୀନଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ମନ୍ତ୍ରୀ ପ୍ରତାପ ଜେନାଙ୍କ ଭାଗ୍ୟ ମଧ୍ୟ ପୁଣି ଖୋଲିଯାଇଛି। କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ତାଙ୍କର କୁଆଡେ ବଡ଼ ଭୂମିକା ଥିଲା। ଏଥିପାଇଁ ତାଙ୍କୁ ପୁଣି ମନ୍ତ୍ରୀ ପଦବୀ ମିଳିଥିବା କୁହାଯାଉଛି। ଏକାମ୍ର ବିଧାୟକ ଅଶୋକ ପଣ୍ଡା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିଲେ। ପୁଣି ତାଙ୍କୁ ମନ୍ତ୍ରୀପଦ ମିଳିଛି। ଗଞ୍ଜାମ ଜିଲାରୁ ମନ୍ତ୍ରୀ ଥିବା ବିକ୍ରମ କେଶରୀ ଆରୁଖ, ସୋନପୁର ଜିଲାରୁ ଦୁଇଜଣ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ନିରଞ୍ଜନ ପୂଜାରୀ ପୁଣି ମନ୍ତ୍ରୀ ପଦବୀ ପାଇବାରେ ସଫଳ ହୋଇଛନ୍ତି।
ଦୀର୍ଘଦିନ ଧରି ବିଧାନସଭାକୁ ଜିତି ଆସୁଥିବା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। କଳାହାଣ୍ଡି ଜିଲାର ଜୁନାଗଡରୁ ଦୁଇଥର ବିଧାୟକ ହୋଇଥିବା କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ହେବାର ସୌଭଗ୍ୟ ମିଳିଛି। ପୁରୀ ଜିଲାରେ ଦୁଇ ପ୍ରଭାବଶାଳୀ ନେତା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବଂ ସଞ୍ଜୟ ଦାସବର୍ମାଙ୍କର ଗତ ନିର୍ବାଚନରେ ଶୋଚନୀୟ ପରାସ୍ତ ହେବା ପରେ ଲଗାତର ୩ ଥର ବିଧାୟକ ହୋଇଥିବା ସମୀର ରଞ୍ଜନ ଦାଶଙ୍କ ପାଇଁ ମନ୍ତ୍ରୀ ହେବା ରାସ୍ତା ପରିଷ୍କାର ହୋଇଯାଇଛି। ଟିଟିଲାଗଡର ଟାଣୁଆ ବିଜେଡି ନେତା ଅଭିମନ୍ୟୁ ସାହୁଙ୍କୁ ହତ୍ୟା କରାଯିବା ପରେ ତାଙ୍କ ସ୍ତ୍ରୀ ଟୁକୁନି ସାହୁଙ୍କୁ ସେଠାରୁ ବିଜେଡି ପ୍ରାର୍ଥୀ କରିଥିଲା। ସେ ଲଗାତର ଦୁଇଥର ସେଠାରୁ ନିର୍ବାଚିତ ହୋଇସାରିଛନ୍ତି। ଟୁକୁନିଙ୍କୁ ମଧ୍ୟ କେନ୍ଦ୍ରାପଡାରେ ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପ୍ରଚାର ଦାୟିତ୍ୱ ଦିଆଯାଇଥିଲା। ସେ ନିଜର ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ କରିଥିବାରୁ ନବୀନ ତାଙ୍କ ଉପରେ ଭରସା କରିଥିବା କୁହାଯାଉଛି। ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପୁଣି ମନ୍ତ୍ରୀ ପଦବୀ ମିଳିଛି। ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା ଏବଂ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ପରାସ୍ତ କରିଥିବା ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାଶ ଏବଂ କାକଟପୁର ବିଧାୟକ ତୁଷାରକାନ୍ତି ବେହେରାଙ୍କୁ ବିଜେଡି ପୁରସ୍କୃତ କରିଛି। ସେହିପରି ଦକ୍ଷିଣ ଓଡ଼ିଶାରୁ ପ୍ରଥମ ଥର ବିଜୟୀ ହୋଇଥିବା କୋଟପାଡ଼ ବିଧାୟିକ ପଦ୍ମିନୀ ଦିଆନଙ୍କୁ ନବୀନ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ନିର୍ବାଚନ ଜିତିବା ପରେ ମନ୍ତ୍ରୀ ହେବା ଆଶାରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ଆଶାୟୀ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଗତ କିଛି ଦିନ ହେବ ଭୁବନେଶ୍ୱରରେ ଡେରା ପକାଇଥିଲେ। ଶେଷରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।
ଗତ ନିର୍ବାଚନରେ ବିଜେଡିକୁ ରାଜ୍ୟରେ ବିପୁଳ ବିଜୟ ମଳିଛି। ୧୧୨ ବିଧାନସଭା ଆସନ ଦଖଲ କରି ରାଜ୍ୟ ଶାସନ ମଙ୍ଗ ଧରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ନବୀନ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ବୁଧବାର ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପ୍ରଦର୍ଶନୀ ପଡିଆଠାରେ ଶପଥ ନେବା କାର୍ଯ୍ୟକ୍ରମ ରହିଛି। ରାଜ୍ୟପାଳ ଗଣେଶୀ ଲାଲ ଶପଥ ପାଠ କରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri