Categories: ଖେଳ

୧୧୯ବର୍ଷ ପୁରୁଣା ଗାଡି ଚଳାଇଲେ ସଚିନ

ଲଣ୍ଡନ, ୨୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟର ବିଶ୍ୱକପରେ କମେଣ୍ଟ୍ରି କରୁଥିବା ନଜର ଆସିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ଏହି ଅବସରରେ ସେ ପୂରା ପରିବାର ସହ ଇଂଲଣ୍ଡରେ ବିଭିନ୍ନ ଯାଗା ବୁଲି ମଜା ମଧ୍ୟ ଉଠାଉଛନ୍ତି। ବୁଧବାର ୧୧୯ବର୍ଷ ପୁରୁଣା ଗାଡି ଚଲାଇଛନ୍ତି। ରୟାଲ ଅଟୋମୋବାଇଲ୍ସର ଏହି ଗାଡିରେ ସ୍ତ୍ରୀ ଅଞ୍ଜଳୀ, ବନ୍ଧୁ ହୋରମେଡେଜ୍‌ ସୋରାବଜୀ ଏବଂ ଜେରେମୀ ଭନ୍‌ଙ୍କୁ ବସାଇ ଲଣ୍ଡନ ରାସ୍ତାରେ ଯାତ୍ରା କରିଛନ୍ତି ସଚିନ। ଏହାର ଏକ ଭିଡିଓ ନିଜ ଟୁଇଟର ଆକାଉଣ୍ଟ ଶେୟାର କରିଛନ୍ତି। କିଛି ୟୁଜର୍ସ ସଚିନଙ୍କ ଟ୍ରେଲ କରି ସିଟ୍‌ ବେଲ୍ସ ପିନ୍ଧିବାକୁ କହିଛନ୍ତି।

Share