୧୧୪ ବର୍ଷର ପୌର ପରିଷଦ, ନାହାନ୍ତି ସ୍ଥାୟୀ ଅଧିକାରୀ

ବାରିପଦା ଅଫିସ,୩୧।୮- ୧୧୪ ବର୍ଷର ସର୍ବପୁରାତନ ବାରିପଦା ପୌର ପରିଷଦର ଏକ ସ୍ବାତନ୍ତ୍ର୍ୟ ରହିଛି। ଏହି ପୌର ପରିଷଦରେ ଉତ୍କଳମଣି ଗୋପବନ୍ଧୁ ଦାସ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଗୌରବମୟ ଇତିହାସକୁ ମନେ ପକାଇବା ପାଇଁ ସ୍ବାୟତ୍ତଶାସନ ଦିବସ ଅବସରରେ ବାରିପଦା ପୌରପରିଷଦ କାର୍ଯ୍ୟାଳୟ ଉତ୍ସବମୁଖର ହୋଇ ଉଠିଥାଏ। ତେବେ ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ ମହାରାଜାଙ୍କ ଅମଳରୁ ପୌର ପରିଷଦ ଗଠିତ ହୋଇଥିଲା, ସେହି ଲକ୍ଷ୍ୟଠାରୁ ଆଜିବି ଏହା ବହୁ ଦୂରରେ ରହିଛି। ବାରିପଦା ପୌର ପରିଷଦରେ ଦୀର୍ଘ ବର୍ଷ ହେବ କେହି ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ନାହାନ୍ତି। ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ବିଭିନ୍ନ ସମୟରେ ସେ ବ୍ଲକ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ପୌର ପରିଷଦରେ ଲୋକଙ୍କ ବିଭିନ୍ନ କାର୍ଯ୍ୟ ଅଟକି ରହୁଛି। ସ୍ଥାୟୀ ଅଧିକାରୀ କାହିଁକି ଏଠାରେ ନିଯୁକ୍ତି ଦିଆଯାଉ ନାହିଁ, ତାହାର ଉତ୍ତର କାହାଠାରୁ ମିଳୁ ନାହିଁ।
ଅନ୍ୟପକ୍ଷରେ ପ୍ରତି ବର୍ଷ ସ୍ବାୟତ୍ତଶାସନ ଦିବସ ଉପଲକ୍ଷେ ପୌର ପରିଷଦ ସହରବାସୀଙ୍କୁ ବିଭିନ୍ନ ଉପହାର ଦେଇଥାଏ। ସହରବାସୀଙ୍କ ସାମୂହିକ ସ୍ବାର୍ଥକୁ ଗୁରୁତ୍ୱ ଦେଇ ବିଭିନ୍ନ ସ୍ବତନ୍ତ୍ର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଥାଏ। ମାତ୍ର ଚଳିତବର୍ଷ କୌଣସି ପ୍ରକଳ୍ପର ଶୁଭାରମ୍ଭ କିମ୍ବା ଶିଳାନ୍ୟାସ ଭଳି କାର୍ଯ୍ୟକ୍ରମ ନ ଥିବା ପୌର ପରିଷଦର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ଦାସ କହିଛନ୍ତି। ପ୍ରତିବର୍ଷ ୩ ଦିନ ଧରି ଏହି ଦିବସ ପାଳନ ହେଉଥିବା ବେଳେ ଚଳିତ ବର୍ଷ ୨ ଦିନ ପାଳନ କରାଯିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତିି ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃୟାରୀ ୧୨ ତାରିଖରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ ପରିଚାଳନା ବୋର୍ଡର କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଏହା ପରେ ଜିଲା ପ୍ରଶାସନ ଦ୍ୱାରା ପୌର ପରିଷଦ ପରିଚାଳିତ ହେଉଛି। ତେବେ ଏହି ୬ ମାସ ଭିତରେ ସହରର ସମ୍ପୂର୍ଣ୍ଣ ପରିଚୟ ପରିବର୍ତ୍ତନ ହୋଇଯାଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଡ୍ରେନ ପାଣି ଜମା ହୋଇ ରହୁଥିବା ବେଳେ ରାସ୍ତା କଡ଼ରେ ଅଳିଆ ପଡି ରହୁଛି। ଏହା ସହିତ ପିଇବା ପାଣି ପାଇଁ ମଧ୍ୟ ସହରବାସୀ ଡହଳ ବିକଳ ହେଉଥିବା ଅଭିଯୋଗ ହେଉଛି।
ଉଲ୍ଲେଖଯୋଗ୍ୟ , ୧୯୦୫ ଜୁଲାଇ ୧ ତାରିଖରେ ତତ୍କାଳୀନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ବାରିପଦା ପୌରପରିଷଦ ପ୍ରତିଷ୍ଠା ହୋଇଥିଲା। ସେହି କମିଟିକୁ ୮ ଜଣଙ୍କୁ ମହାରାଜା ମନୋନୀତ କରିଥିଲେ। ୧୯୨୨ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜ ପୌର ପରିଷଦ ରେଜୁୁଲେସନ ଆକ୍ଟ ବଳରେ ଚାଲିିଥିବା ବେଳେ ୧୯୨୨ରେ ବିହାର-ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ ପ୍ରଚଳିତ ହୋଇଥିଲା। ପରେ ୧୯୫୦ରେ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟରେ ନିୟନ୍ତ୍ରିତ ହେଲା ବାରିପଦା ପୌର ପରିଷଦ। ଏହାର ପ୍ରଥମ କାର୍ଯ୍ୟାଳୟ ରାଜପ୍ରାସାଦର ଉତ୍ତର ପାର୍ଶ୍ୱ ସିଂହଦ୍ୱାରର ଉପର ମହଲାରେ ଆରମ୍ଭ ହୋଇଥିଲା। ୧୯୧୫ ମସିହାରେ ବର୍ତ୍ତମାନର କାର୍ଯ୍ୟାଳୟ ପରିସରରେ ଥିବା ପୁରୁଣା କୋଠାକୁ ସ୍ଥାନାନ୍ତରିତ ହୋଇଥିଲା। ପ୍ରଥମ ମନୋନୀତ ଚେୟାରମ୍ୟାନ ସ୍ବର୍ଗତ ହରିଶ୍ଚନ୍ଦ୍ର ଭଞ୍ଜଦେଓ ଥିବା ବେଳେ ପ୍ରଥମ ନିର୍ବାଚିତ ଚେୟାରମ୍ୟାନ ସ୍ବର୍ଗତ ତ୍ରିଲୋଚନ ଦାସ ଥିଲେ। ୧୯୫୧ରେ ୧୦ ଟି ୱାର୍ଡ ଥିବା ବେଳେ ବର୍ତ୍ତମାନ ୨୮ ଟି ୱାର୍ଡ ରହିଛି। ୱାର୍ଡ ସଂଖ୍ୟା ବଢ଼ିବା ସହିତ ଜନସଂଖ୍ୟା ମଧ୍ୟ ବଢ଼ିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ସାମିଲ ହେବା ପରେ ସହର ବିକାଶ ହେବ ବୋଲି ପୌରବାସୀ ଆଶା କରୁଥିଲେ। ହେଲେ ପୌର କର୍ତ୍ତୃପକ୍ଷଙ୍କ ଠିକାଦାର ପୋଷଣ ନୀତି, ଠିକା କାର୍ଯ୍ୟ ନିର୍ମାଣ ପରେ ଟେଣ୍ଡର ଆଦି ଘଟଣା ଗୁଡିକ ଯୋଗୁଁ ପୌର କର୍ତ୍ତୃପକ୍ଷଙ୍କୁ ସମାଲୋଚିତ ହେବାକୁ ପଡିଛି। ସେହିପରି ଯେଉଁ ଉଦ୍ଦେଶ୍ୟ ନେଇ ପୌର ପରିଷଦ ଗଠିତ ହୋଇଥିଲା, ତାହା କେବେ ପୂରଣ ହେବ ପୌରବାସୀ ଚାହିଁ ରହିଛନ୍ତି।
ଫଟୋ –


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri