୧୧ବର୍ଷର ଝିଅକୁ ୩୩ବର୍ଷୀୟ ଯୁବକଙ୍କୁ ବିକିଦେଲେ ପିତା: ୩ ଦିନ ବଳାତ୍କାର କରି ଛାଡ଼ିଦେଲେ ଯୁବକ

ଭୋପାଳ, ୨୦।୫: ମଧ୍ୟ ପ୍ରଦେଶର ଛତରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମଦୁଆ ନିଜ ୧୧ବର୍ଷ ଝିଅଙ୍କୁ ୫୦ ହଜାର ଟଙ୍କାରେ ୩୩ବର୍ଷୀୟ ଯୁବକଙ୍କୁ ବିକି ଦେଇଛନ୍ତିି। ଉକ୍ତ ଯୁବକ ଜଣଙ୍କ ଝିଅଟିକୁ ୩ ଦିନ ପର୍ଯ୍ୟନ୍ତ ବଳାତ୍କାର କରି ଛାଡି ଦେଇଥିଲେ। ପୀଡିତା ଜଣକ ଏନେଇ ପୋଲିସରେ ଏକ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, ମେ ୧୨ ତାରିଖରେ ତାଙ୍କ ପିତା ୫୦ ହଜାର ଟଙ୍କା ପାଇଁ ତାଙ୍କୁ ଜଣେ ୩୩ବର୍ଷର ବ୍ୟକ୍ତିଙ୍କ ସହ ବିବାହ କରାଇଦେଇଥିଲେ। ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଉକ୍ତ ଯୁବକ ଜଣକ ତାଙ୍କ ବେକରେ ମଙ୍ଗଳସୁତ୍ର ପିନ୍ଧାଇଥିଲେ ବୋଲି ପୀଡିତା ଜଣଙ୍କ ପୋଲିସକୁ ବୟାନ ଦେଇଛନ୍ତି। ପିତା ସବୁବେଳେ ମଦ ପିଉଥିବାରୁ ମା’ ତାଙ୍କୁ ଛାଡି ଅଲଗା ରହୁଛନ୍ତି। ପୋଲିସ ପୋକ୍ସୋ ଆଇନ ବଳରେ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share