୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର ଏହି ସମ୍ବନ୍ଧୀୟ ସମସ୍ୟା ରହିଛି। ତେବେ କିଛି ପିଲାଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଥିଲା ଯେ, ଆଜିକାଲି ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ ଥିବା ପିଲାମାନଙ୍କ ଦାନ୍ତରେ ଜୀବାଣୁ ଜମିରହିବା ସହ ଧଳା ଦାଗ, ଦୁର୍ବଳ ମାଢ଼ି ଓ ଫୁଲିବା, ଗନ୍ଧ ଏବଂ ରକ୍ତ ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ। ଏଥିସହ ୩ଜଣଙ୍କ ମଧ୍ୟରୁ ୨ ପିଲାଙ୍କ ମଧ୍ୟରେ କେଭେଟିଜ୍‌ ସମସ୍ୟା ଦେଖାଦେବା ଓ ହେବାର ଅଧିକ ସମ୍ଭାବନା ରହିଥାଏ। ଆଉ ଏହା କେବଳ ମାତାପିତାଙ୍କ ସଚେତନତା ଅଭାବରୁ ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି। ଏବେ ଏନେଇ ସଚେତନ ହେବା ନିହାତି ଜରୁରୀ। ତେବେ ଛୋଟବେଳୁ ହଁି ପିଲାଙ୍କ ଦାନ୍ତର ଯତ୍ନ ନେବା ଜରୁରୀ ହୋଇଥାଏ। କାରଣ ଏହି ଦୁଗ୍ଧ ଦାନ୍ତ ଭବିଷ୍ୟତ ବିକାଶରେ ସହାୟକ ହୋଇଥାଏ। ତେଣୁ ସମୟ ମଧ୍ୟରେ ଏହାର ଉଚିତ ଯତ୍ନ ନ ନେଲେ ଦାନ୍ତ ସଂକ୍ରମଣ ସମସ୍ୟା ଦେଖାଦେବା ସହ ଅନେକ ରୋଗ ହେବାର ଆଶଙ୍କା ରହିଥାଏ। ତେବେ ସର୍ଭେ ସମୟରେ କେବଳ ପିଲାଙ୍କ କ୍ଷେତ୍ରରେ ନୁହେଁ ବରଂ ଏହି ସମସ୍ୟା ୧୦ଜଣଙ୍କ ମଧ୍ୟରୁ ୯ବୟସ୍କଙ୍କଠାରେ ମଧ୍ୟ ଦେଖିବାକୁ ମିଳିଛି। ସମଗ୍ର ଦେଶର ପିଲାଙ୍କ ଭିତରେ ଦେଖାଯାଉଥିବା ଏହି ସମସ୍ୟା ପୂର୍ବ ଭାରତରେ ୮୯ପ୍ରତିଶତ, ପଶ୍ଚିମ ଭାରତରେ ୮୮, ଉତ୍ତର ଭାରତରେ ୮୫ ଓ ଦକ୍ଷିଣ ଭାରତରେ ୬୪ ପ୍ରତିଶତ ରହିଛି। କାରଣ ଭାରତର ପ୍ରାୟ ମାତାପିତା ପିଲାଙ୍କ ଦାନ୍ତ ପରୀକ୍ଷାକୁ ଗୁରୁତ୍ୱ ଦେଇ ନ ଥାନ୍ତି। ଏଥିସହ ମୁଖ ସମ୍ବନ୍ଧୀୟ ବିଭିନ୍ନ ଉପଚାର ମଧ୍ୟ ପାଳନ କରି ନ ଥାନ୍ତି। ଯେପରିକି ପ୍ରତିଦିନ ୨ଥର ବ୍ରଶ କରିବା, ଠିକ୍‌ ସମୟ ଭିତରେ ଦାନ୍ତର ଯାଞ୍ଚ କରିବା ଇତ୍ୟାଦି। ତେବେ କାଣ୍ଟାର ଆଇଏମ୍‌ଆର୍‌ବି ଭାରତର ୧୨ଟି ସହରର ବିଭିନ୍ନ ସ୍ଥାନରୁ ୨୦୩୦ ବୟସ୍କ ଓ ୧୦୮୦ ଶିଶୁଙ୍କୁ ନେଇ ଏକ ସର୍ଭେ କରିଥିଲ। ଏହି ସର୍ଭେରେ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୋ, ମୁମ୍ବାଇ, ଅହମ୍ମଦାବାଦ, ପୁଣେ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା, ପାଟନା ଓ ଭୁବନେଶ୍ୱର ସାମିଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?