ନାନା ସମସ୍ୟାରେ ପାରାଦୀପ ମାଛଧରା ବନ୍ଦର: ୧୦ ବର୍ଷରେ ୧୭ଥର ବସିଛି ପରିଚାଳନା ସମିତି ବୈଠକ

ପାରାଦୀପ,୧୯ା୨(ସ୍ବ.ପ୍ର.): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ସମ୍ପ୍ରତି ବହୁବିଧ ସମସ୍ୟା ମଧ୍ୟରେ ଗତିକରୁଛି। ଏହି ମତ୍ସ୍ୟଶିଳ୍ପ ଉପରେ ନିର୍ଭରଶୀଳ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀଙ୍କ ଭବିଷ୍ୟତ ଏବେ ଅନ୍ଧାର ବୋଲି ସେମାନେ ଆକଳନ କଲେଣି। କାରଣ ପରିବର୍ତ୍ତିତ ସମୟାନୁସାରେ ମାଛଧରା ବନ୍ଦରର ଆଧୁନିକୀକରଣ ହେଉନାହିଁ। ମାଛ ସଂରକ୍ଷଣ, ଶୀତଳଭଣ୍ଡାର ତେଲ ମୂଲ୍ୟରେ ରିହାତି, ସ୍ବତନ୍ତ୍ର ବର୍ଥ ଆଦି ବୃହତ୍ତର ସ୍ବାର୍ଥ ଏପର୍ଯ୍ୟନ୍ତ ସାଧିତ ହୋଇନାହିଁ। ମାଛଧରା ବନ୍ଦରକୁ ରାଜ୍ୟ ସରକାର ହାତକୁ ନେବା ପରେ ଗଠନ କରିଛନ୍ତି ମାଛଧରା ବନ୍ଦର ପରିଚାଳନା ସମିତି। ସମିତି ଗତ ୧୦ ବର୍ଷରେ ମାତ୍ର ୧୭ଥର ବୈଠକ କରିଛି। କିନ୍ତୁ ପରିବର୍ତ୍ତନର ଦୃଷ୍ଟାନ୍ତ ସୃଷ୍ଟି କରିନାହିଁ ବୋଲି ଅଭିଯୋଗ ହେଉଛି। ଜାନୁୟାରୀ ୧୮ରେ ଖୋଦ୍‌ ମତ୍ସ୍ୟବିଭାଗ ମନ୍ତ୍ରୀ ଅରୁଣ ସାହୁ ସେହି ସ୍ଥାନକୁ ଗସ୍ତବେଳେ ମତ୍ସ୍ୟ ସଂଘ ଓ ସମିତି ଗୁଡିକ ପକ୍ଷରୁ ଏହିସବୁ ଦାବି ଉଠିଥିଲା। କିନ୍ତୁ ସରକାରୀ ଭାବେ ମନ୍ତ୍ରୀ କୌଣସି ଦାବି ଉପରେ ଖୋଲାଖୋଲି ଘୋଷଣା କରି ନ ଥିଲେ।
ପାରାଦୀପର ଏହି ମତ୍ସ୍ୟଶିଳ୍ପ ୧୯୫୮ ମସିହାରୁ ଆରମ୍ଭ ହେଲାଣି। ପ୍ରଥମେ ଏହି କାରବାର ପାରାଦୀପ ବନ୍ଦରର ୫ନଂ ଗେଟ୍‌ ପାଖରେ ଚାଲିଥିଲା। ୧୯୯୭/୯୮ ମସିହାରେ ଏହି ମାଛଧରା ବନ୍ଦର ନେହେରୁ ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୧ ନଭେମ୍ବର ପର୍ଯ୍ୟନ୍ତ ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ଥିଲା। ମତ୍ସ୍ୟଶିଳ୍ପର ସମସ୍ତ ପରିଚାଳନା ପାରାଦୀପ ପୋର୍ଟଟ୍ରଷ୍ଟ କରୁଥିଲେ। ପୋର୍ଟ ଅଧୀନରେ ଥିବାବେଳେ ମାଛଧରା ବନ୍ଦରର ସମସ୍ତ ଭିତ୍ତିଭୂମି ସେ ହିଁ କରିଥିଲେ। ରାଜ୍ୟ ସରକାର ୨୦୧୧ ନେବା ପରେ ଉକ୍ତ ସଂସ୍ଥାକୁ ପରିଚାଳନା ପାଇଁ ଗଠନ କରିଥିଲେ ସମିତି। ଏଥିରେ ରାଜ୍ୟ ମତ୍ସ୍ୟ ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ବିଭାଗର ଅନ୍ୟ ଅଧିକାରୀ, ଜିଲାପାଳ, ଅତିରିକ୍ତ ଜିଲାପାଳ, ବନ୍ଦର କର୍ତ୍ତୃପକ୍ଷ, ମାଛଧରା ଟ୍ରଲର ମାଲିକ ସଂଘର ପ୍ରତିନିଧି ଓ ପାରମ୍ପରିକ ମତ୍ସ୍ୟଜୀବିଙ୍କ ପକ୍ଷରୁ ଜଣେ ପ୍ରତିନିଧି ସମିତିରେ ଅଛନ୍ତି। ଏହି ସମିତି ପ୍ରତି ୩ ମାସରେ ଥରେ ବୈଠକ ବସିବା କଥା। ଶେଷଥର ବୈଠକ ୨୦୦୯ ଡିସେମ୍ବର ୩୧ରେ ବସିଥିଲା। ଉକ୍ତ ବୈଠକରେ ୧୧ ଏଜେଣ୍ଡା ଓ ୧୧ତମ ଏଜେଣ୍ଡାର ୧୦ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଚିରାଚରିତ ଭାବେ ପୁରୁଣା ବକେୟା, ଆୟବ୍ୟୟ ହିସାବ, ମରାମତି ଆଦି ଉପରେ ଆଲୋଚନା ହୋଇଥିଲା। କିନ୍ତୁ ସମିତିର ଖର୍ଚ୍ଚକୁ ନେଇ ଏବେ ଟ୍ରଲରମାଲିକ ସଂଘ ଓମ୍ଫାର ସଦସ୍ୟମାନେ ଆପତ୍ତି ଉଠାଇଛନ୍ତି। ପୂର୍ବତନ ସଭାପତି ଶ୍ରୀକାନ୍ତ ପରିଡ଼ା ଅଭିଯୋଗ କରି କହିଛନ୍ତି, ସମିତିରେ ମତ୍ସ୍ୟ ବିଭାଗ ଫିସଫେଡ୍‌ କର୍ମଚାରୀଙ୍କୁ ନିୟୋଜନ କରିଛନ୍ତି। ସେମାନଙ୍କ ଦରମା ଓ ଅନ୍ୟ ଖର୍ଚ୍ଚ ବାବଦରେ ମାସକୁ ୬ ଲକ୍ଷ ୪୩ ହଜାର ୧୬୯ ଟଙ୍କା ବ୍ୟୟ ହେଉଛି। ଉକ୍ତ ଅର୍ଥ ଆଦାୟ ହୁଏ ମତ୍ସ୍ୟଜୀବୀଙ୍କଠାରୁ। ସମିତି ଏପର୍ଯ୍ୟନ୍ତ କୌଣସି ବୃହତ୍ତର ସ୍ବାର୍ଥ ସମ୍ପର୍କିତ ଭିତ୍ତିଭୂମି କରିପାରିନାହିଁ। କେବଳ ଖର୍ଚ୍ଚ କରି ଚାଲିଛନ୍ତି। ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତା’ଠାରୁ ବହୁତ୍‌ କମ୍‌ ଖର୍ଚ୍ଚରେ ଆମେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ମିଳିପାରନ୍ତା। ତେଣୁ ଏହା ବନ୍ଦ ହେବା ଦରକାର। ସମାନ ମତ ଅଧିକାଂଶ ଟ୍ରଲରମାଲିକଙ୍କଠାରୁ ଶୁଣିବାକୁ ମିଳୁଛି। ଏ ପ୍ରସଙ୍ଗରେ ସମିତି ସମ୍ପାଦକ ତଥା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ମାନସ ରଞ୍ଜନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ନିଷ୍ପତ୍ତିକୁ ସରକାର କରିଛନ୍ତି। ଆମେ ଏ ବିଷୟରେ କିଛି ନଷ୍ପତ୍ତି ନେଇପାରିବୁ ନାହିଁ। ଅନ୍ୟ ଏକ ପ୍ରସଙ୍ଗ ହେଲା ମାଛଧରା ବନ୍ଦରକୁ ପ୍ରବେଶ ପ୍ରସ୍ଥାନ ପାଇଁ ୨୦୦୧୧ରୁ କରାଯାଇଥିବା ଶୁଳ୍କ ଉପରେ ଏବେ ଦ୍ୱିଗୁଣ ମୂଲ୍ୟ କରାଯାଇଛି। ଏହାକୁ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri