୧୦ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି

କଟକ ଅଫିସ,୨୫ା୧୦ : ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ପକ୍ଷରୁ ଓପିଏସ୍‌ସ୍ତରରେ ୧୦ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ସେମାନଙ୍କୁ ରାଜ୍ୟର ବିଭିନ୍ନ ଜିଲାରେ ଅବସ୍ଥାପିତ କରାଯାଇଥିବା ଗୁରୁବାର ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ରଙ୍କୁ ପଦୋନ୍ନତି ଦିଆଯାଇ ଗଞ୍ଜାମ ଅତିରିକ୍ତ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭୁବନେଶ୍ୱର ଏସ୍‌ଟିଏଫ, ସିଆଇଡି ସିବି ଡିଏସ୍‌ପି ତେଜରାଜ ପଟେଲଙ୍କୁ ଭୁବନେଶ୍ୱର ଏସ୍‌ଟିଏଫ, ସିଆଇଡି ସିବି ଅତିରିକ୍ତ ଏସ୍‌ପି, ଆଠମଲ୍ଲିକ ଏସ୍‌ଡିପିଓ ଏସ୍‌.କେ. ଅବଦୁଲ କରିମଙ୍କୁ ଭୁବନେଶ୍ୱର ଓଏଚ୍‌ଆରସି ଅତିରିକ୍ତ ଏସ୍‌ପି, ଭଦ୍ରକ ପିସିଆର ସେଲ ଡିଏସପି ସୁରଶ ଚନ୍ଦ୍ର ଜେନାଙ୍କୁ କନ୍ଧମାଳ ଅତିରିକ୍ତ ଏସ୍‌୍‌ପି, କଟକ ଏସ୍‌ପି ମୁଖ୍ୟ କାର୍ଯ୍ୟାଳୟ ଡିଏସ୍‌ପି ତଥା ବର୍ତ୍ତମାନ ରାଜ୍ୟ ମହିଳା କମିଶନର ବରିଷ୍ଠ ଫିଲ୍ଡ ଅଫିସର ଭାବେ ଡେପୁଟେଶନ୍‌ରେ ଥିବା ବିଜୟା ବରୱାଙ୍କୁ ଏନ୍‌ସିଆର ତାଳଚେରସ୍ଥିତ ଡିଆଇଜି ପୋଲିସ କାର୍ଯ୍ୟାଳୟରେ ଅତିରିକ୍ତ ଏସ୍‌ପି, ଭୁବନେଶ୍ୱର ଓଏଚ୍‌ଆରସି ଅତିରିକ୍ତ ଏସ୍‌ପି ତପସ୍ବିନୀ ଆରୁଖଙ୍କୁ ଢେଙ୍କାନାଳ ଅତିରିକ୍ତ ଏସ୍‌ପି, ଏନ୍‌ସିଆର ତାଳଚେର ଡିଆଇଜି ପୋଲିସ କାର୍ଯ୍ୟାଳୟ ଅତିରିକ୍ତ ଏସ୍‌ପି ତଥା ଝାରସୁଗୁଡାରେ ଡେପୁଟେଶନରେ ଥିବା ନୃପ ଚରଣ ଦଣ୍ଡସେନାଙ୍କୁ ଝାରସୁଗୁଡା ଅତିରିକ୍ତ ଏସ୍‌ପି, ଭୁବନେଶ୍ୱର ସାମୁଦ୍ରିକ ଓ ତଟରକ୍ଷୀ ଡିସିପି ରବୀନ୍ଦ୍ରନାଥ ମହାପାତ୍ରଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍‌ ଅତିରିକ୍ତ ଡିସିପି, ରାଉରକେଲା ଇନ୍ସପେକ୍ଟର ରବିନାରାୟଣ ପାଢୀଙ୍କୁ ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟ ଡିଏସ୍‌ପି ଇନଚାର୍ଜ, ଭୁବନେଶ୍ୱର ଇନ୍ସପେକ୍ଟର ଅନିଲ କୁମାର ବେଉରିଆଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଏସିପି ଇନ୍‌ଚାର୍ଜ ଭାବେ ପଦୋନ୍ନତି ଦିଆଯାଇଛି।