୧୦ ପଞ୍ଚାୟତରେ ଶୌଚାଳୟ ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ

ଖଇରା, ୨୯।୪(ଡି.ଏନ.ଏ.)-କରୋନାର ସଫଳ ମୁକାବିଲା ପାଇଁ ଓଡିଶା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱର ଜିଲାର ଖଇରା ଓ ସିମୁଳିଆ ବ୍ଲକର ବିଭିନ୍ନ ବଜାର ସମେତ ଅଫିସକୁ ବିଶୋଧନ କରାଯାଇଛି। ଏହାସହ ୪୦ହଜାର ଲୋକଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟ ହାତକୁ ନିଆଯାଇଛି। ପୁନଶ୍ଚ ନିକଟରେ ଖଇରା ବ୍ଲକର ୩୭ ପଞ୍ଚାୟତରେ ଶୌଚାଳୟ ନିର୍ମାଣ ପାଇଁ ବିଧାୟକ ତାଙ୍କ ହାତପାଣ୍ଠିରୁ ପ୍ରତ୍ୟେକ ପଞ୍ଚାୟତକୁ ୧ଲକ୍ଷ ୨୦ହଜାର ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ମଙ୍ଗଳବାର ୧୦ଟି ପଞ୍ଚାୟତରେ ପ୍ରାଥମିକ କାର୍ଯ୍ୟ ଅର୍ଥାତ ଘର ଲେଆଉଟ ପ୍ରଦାନ କରାଯାଇଛି ା ପ୍ରଥମେ ମନ୍ତ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ କୁରୁଣ୍ଟା ପଞ୍ଚାୟତରେ ଯନ୍ତ୍ରୀମାନେ ଘର ଲେ-ଆଉଟ ପ୍ରଦାନ କରିଥିଲେ। ଖଇରା ବ୍ଲକର ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁ, କୁରୁଣ୍ଟା ପଞ୍ଚାୟତର ଯୁବନେତା ମାନସ ଦାଶ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ସମିତିସଭ୍ୟ ରବୀନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ଜଳଦା, ମାଖନପୁର, ଗଗନଧୂଳି, ନନ୍ଦୁର, ଡଗରପଡା, ଅଚ୍ୟୁତପୁର, ଡାଲଙ୍ଗ, ଗୋବିନ୍ଦପୁର ଶେଷରେ ସାରୁଗାଁ ପଞ୍ଚାୟତ ଗସ୍ତ କରି ଲେଆଉଟ କାର୍ଯ୍ୟର ତଦାରଖ କରିଥିଲେ। ଏହି ଶୌଚାଳୟ କ୍ୱାରାଣ୍ଟାଇନ କେନ୍ଦ୍ରରେ ରହିବାକୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ସାରୁଗାଁରେ ଅସହାୟ ଲୋକଙ୍କୁ ପରିବା ଓ ମାସ୍କ କିଟ୍‌ ବଣ୍ଟନ କରାଯାଇଛି। ପୂର୍ବତନ ସରପଞ୍ଚ ଅନାଦି ଧର, ଯୁବନେତା ଗୌତମ ରାଉତ, ନରେନ୍ଦ୍ରନାଥ ଧର, ଲକ୍ଷ୍ମୀକାନ୍ତ ଦାସ, କମଳାକାନ୍ତ ନାୟକ, ଭାଗିରଥି ଲେଙ୍କା, ସୁବାସ ସାମଲ, ନିତ୍ୟାନନ୍ଦ ଲେଙ୍କା ପ୍ରମୁଖ କିଟ୍‌ ବଣ୍ଟନରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri