Posted inଜାତୀୟ

୧୦ ଦିନ ପରେ ବି ପ୍ରୋରୋଗ ହୋଇନି ପାର୍ଲାମେଣ୍ଟ

ନୂଆଦିଲ୍ଲୀ,୨୪ା୮: ପାର୍ଲାମେଣ୍ଟର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ଇତିମଧ୍ୟରେ ୧୦ ଦିନ ବିତିଥିଲେ ମଧ୍ୟ ଏହାକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯାଇନାହିଁ। ଫଳରେ ସରକାର ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ (ଡିଲିମିଟେଶନ୍‌) ବିଲ୍‌ ଆଲୋଚନା ପାଇଁ ଆଣିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ପାର୍ଲାମେଣ୍ଟକୁ ଆନୁଷ୍ଠାନିକ ଭାବେ ବନ୍ଦ କରାଯିବାରେ ବିଳମ୍ବକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଏକ ସ୍ବତନ୍ତ୍ର ଅଧିବେଶନରେ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ ଲାଗି ଏବେବି କଳୁଷିତ ଉଦ୍ୟମ ଚଳାଇଛନ୍ତି କି ବୋଲି କଂଗ୍ରେସ ଜାଣିବାକୁ ଚାହିଁଛି।
ଅଗଷ୍ଟ ୧୩ରେ ରାଜ୍ୟ ସଭା ଓ ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ସାଧାରଣତଃ ମୁଲତବୀ ଘୋଷଣାର ଅଳ୍ପଦିନ ମଧ୍ୟରେ ଅଧିବେଶନକୁ ପ୍ରୋରୋଗ ବା ଆନୁଷ୍ଠାନିକ ଭାବେ ବନ୍ଦ ଘୋଷଣା କରାଯାଇଥାଏ। ତେବେ ରବିବାର ସକାଳ ସୁଦ୍ଧା ଏନେଇ କୌଣସି ବିଜ୍ଞପ୍ତି ଜାରି ହୋଇନାହିଁ। ବଜେଟ ଅଧିବେଶନ ଏପ୍ରିଲ ୧୮ରେ ଶେଷ ହେବାକୁ ଥିବାବେଳେ ଏହାର ୨ ଦିନ ପୂର୍ବରୁ ପ୍ରୋରୋଗ କରାଯାଇଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ସରକାରଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ପାର୍ଲାମେଣ୍ଟ ଅଧିବେଶନ ଡାକିଥାନ୍ତି ଓ ଏହାକୁ ବନ୍ଦ କରିଥାନ୍ତି। ତେବେ ପ୍ରୋରୋଗ ଘୋଷଣା କରିବାରେ ବିଳମ୍ବ ହେଉଥିବାରୁ ସରକାର ମହିଳା ସ୍ଥାନ ସଂରକ୍ଷଣ ଆଇନକୁ ୨୦୨୯ ଲୋକ ସଭା ନିର୍ବାଚନ ପୂର୍ବରୁ ଲାଗୁ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ସମ୍ଭାବନା ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ସରକାର ବଜେଟ୍‌ ଅଧିବେଶନରେ ଉକ୍ତ ବିଲ୍‌ ଗୃହୀତ କରାଇବାକୁ ଉଦ୍ୟମ କରି ସଂଖ୍ୟା ଯୋଗାଡ଼ କରିବାରେ ବିଫଳ ହୋଇଥିଲେ। ଜନସଂଖ୍ୟା ଆଧାରିତ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣକୁ ନେଇ ବିରୋଧୀ ଦଳ ଶାସିତ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଚିନ୍ତାବ୍ୟକ୍ତ କରିଥିଲେ। ଏଭଳି ଡିଲିମିଟେଶନ କାର୍ଯ୍ୟକାରୀ ହେଲେ ଲୋକ ସଭାରେ ଉକ୍ତ ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ହ୍ରାସ ପାଇପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ସାଧାରଣତଃ ପାର୍ଲାମେଣ୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହେବାର ୨ରୁ ୪ ଦିନ ମଧ୍ୟରେ ପ୍ରୋରୋଗ କରାଯାଇଥାଏ। ଏପରିକି ଗୋଟିଏ ଦିନରେ ମଧ୍ୟ ମୁଲତବୀ ଓ ପ୍ରୋରୋଗ ହୋଇଥିବାର ଉଦାହରଣ ରହିଛି। ତେବେ ଲୋକ ସଭା ମୁଲତବୀ ଘୋଷଣା ହେବାର ୧୦ ଦିନ ବିତିଥିଲେ ବି ପ୍ରୋରୋଗ ସମ୍ପର୍କରେ କୌଣସି ସୂଚନା ନ ଥିବାରୁ ଜୟରାମ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି, ୨୦୧୫ ଏବଂ ୨୦୨୧ରେ ଲୋକ ସଭା ମୁଲତବୀ ଓ ପ୍ରୋରୋଗ ମଧ୍ୟରେ ଯଥାକ୍ରମେ ୨୮ ଦିନ ଓ ୨୦ ଦିନ ବ୍ୟବଧାନ ରହିଥିଲା। ତେବେ ସେତେବେଳେ କୌଣସି କପଟପୂର୍ଣ୍ଣ ଯୋଜନା ଚାଲି ନ ଥିଲା। ଗତ ୨୧ ତାରିଖରେ ଶାହାଙ୍କ ଅଧ୍ୟକ୍ଷତାରେ ମହାବଳୀପୁରମ୍‌ଠାରେ ଅନୁଷ୍ଠିତ ଦକ୍ଷିଣ ଜୋନାଲ ପରିଷଦ ବୈଠକରେ ଡିଲିମିଟେଶନ୍‌କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍‌ ବିଜୟ ଉଦ୍‌ବେଗ ପ୍ରକାଶ କରିଥିବାରୁ ସରକାରଙ୍କ ଯୋଜନାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

ସରକାରୀ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩ ନବଜାତ ଶିଶୁ

ଅମରାବତୀ,୨୪।୮: ସୋମବାର (୨୪ ଅଗଷ୍ଟ) ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀର ସରକାରୀ ମହିଳା…

ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୨୪ା୮: ବଙ୍ଗୋପସାଗରରେ ରବିବାର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ସନ୍ଧ୍ୟା ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ଗାଙ୍ଗେଟିକ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପରେ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri