୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି। ସେହିପରି ୧୬ ହଜାର ୬ଶହରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚାଇନା ସରକାର ବୁହାନ୍‌ ପ୍ରଦେଶରେ ୧୦୦୦ରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ମାତ୍ର ୧୦ ଦିନରେ ଶେଷ କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ଜାନୁୟାରୀ ୨୪ରୁ ଆରମ୍ଭ ହୋଇଥିଲା। ରବିବାର ହସ୍ପିଟାଲ ନିର୍ମାଣ ଶେଷ ହୋଇଛି। ସୋମବାରଠାରୁ ହସ୍ପିଟାଲରେ ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଚାଇନାର ୧୪୦୦ ସୈନ୍ୟ ହସ୍ପିଟାଲର ପରିଚାଳନା କରିବେ। ୬୯ ହଜାର ବର୍ଗଫୁଟ ଅଞ୍ଚଳରେ ହସ୍ପିଟାଲ ନିର୍ମାଣ କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୦୩ରେ ସ୍ପର୍ସ ଭୁତାଣୁ ସଂକ୍ରମଣଙ୍କ ଚିକିତ୍ସା ପାଇଁ ଚାଇନା ସରକାର ୭ ଦିନ ମଧ୍ୟରେ ବେଜିଂରେ ଏକ ହସ୍ପିଟାଲ ନିର୍ମାଣ କରିଥିଲେ।

Share