୧୦ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ: ଭାଗନେଲେ ୧୭୬ ବିଡର

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେହି ଖଣିଗୁଡ଼ିକ ହେଲା ନୂଆଗଁା ଲୁହାପଥର ଖଣି, ଠାକୁରାଣୀ ଲୁହା ପଥର ଖଣି, ସିଲଜୋରା-କାଳିମାଟି ଲୁହାପଥର ଓ ମାଙ୍ଗାନିଜ୍‌, ଜିିଲିଂ-ଲଙ୍ଗଲୋଟା ଲୁହାପଥର, ଜରିବାହାଲ ଲୁହାପଥର, ରଏଡା-୨, ଜୁରୁରୀ ଲୁହାପଥର, ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ୍‌, ମହୁଲ ସୁଖା ଲୁହପଥର ଓ ମାଙ୍ଗାନିଜ୍‌ ଏବଂ ଗୋନୁଆ ଲୁହାପଥର ଖଣି। ଉକ୍ତ ଖଣି ନିଲାମରେ ୧୭୬ ଜଣ ଭାଗ ନେଇଛନ୍ତି। ରଏଡା-୨ ପାଇଁ ୨୧ ଜଣ ବିଡର ଆବେଦନ କରିଥିବାବେଳେ ନୂଆଗାଁ ଖଣି ପାଇଁ ୧୫, ଠାକୁରାଣୀ ପାଇଁ ୧୫, ଜିିଲିଂ-ଲଙ୍ଗଲୋଟା ପାଇଁ ୨୪, ଜୁରୁରୀ ପାଇଁ ୨୨, ଗୋନୁଆ ପାଇଁ ୧୨, ଜରିବାହାଲ ପାଇଁ ୨୫, ମହୁଲସୁଖା ପାଇଁ ୧୮, ନାରାୟଣପୋଷୀ ପାଇଁ ୧୨ ଏବଂ ସିଲଜୋରା-କାଳିମାଟି ଖଣି ପାଇଁ ୧୨ ଜଣ ବିଡର ଆବେଦନ କରିଛନ୍ତି। ସୋମବାର ଏହି ସବୁଖଣି ପାଇଁ ଟେକ୍ନିକାଲ ବିଡ୍‌ ଖୋଲାଯାଇଛି। ମଙ୍ଗଳବାର ଠାରୁ ଖଣି ବିଭାଗର ବୈଷୟିକ କମିଟି ଦ୍ୱାରା ଉକ୍ତ ବିଡରଙ୍କର ବୈଷୟିକ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ଡିସେମ୍ବର ୯ ତାରିଖରେ ଖଣି ପାଇବାକୁ ଯୋଗ୍ୟତା ଅର୍ଜନ କରିଥିବା ବିଡରମାନଙ୍କର ତାଲିକା ପ୍ରକାଶ କରାଯିବ ବୋଲି ଖଣି ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ କାଳିମାଟି ଖଣି ପାଇଁ ମିଥ୍ରୀ ଇନଫ୍ରା, ସିପି ଇସ୍ପାତ, ବେଦାନ୍ତ, ଦେବବ୍ରତ ବେହେରା, ଅଲଟ୍ରେଡ ମିନେରାଲ, ସାଉଥ ଓ୍ବେଷ୍ଟ ମାଇନିଂ, ରୁଙ୍ଗଟା, କେଜେଏସ, ଏମ.ବାବନା, ଫୋରଓ୍ବେ ଇନଫ୍ରା, ୟାଜଦାନୀ ଏବଂ ଜିଏମ ଆଇରନ ଆବେଦନ କରିଥିବାବେଳେ ନାରାୟଣପୋଷି ଖଣି ପାଇଁ ଇଲେକ୍ଟ୍ରୋଷ୍ଟିଲ, ଶ୍ୟାମ ମେଟାଲିକ୍‌, ଜେଏସପିଏଲ, ବେଦାନ୍ତ, ରୁଙ୍ଗଟା, ଅମ୍ବା ରିଭର କୋ, ଆରଆଇଏନଏଲ, ପ୍ରୋ ମ୍ୟାଟେରିଆଲ, ଓଏମ୍‌ପିଏଲ, ଟିଏସ୍‌ଏଲ ଏବଂ ଆର୍ସେଲର ମିତ୍ତଲ ଆବେଦନ କରିଛନ୍ତି। ସେହିପରି ଜିଲିଂ ଖଣି ପାଇଁ ଆଦାନୀ, ଟିଏସ୍‌ ଆଲଏଜ୍‌, ଶ୍ୟାମ ଷ୍ଟିଲ,ଶ୍ୟାମ ମାଇନିଂ, ଜେଏସ୍‌ପିଏଲ, ଶ୍ୟାମ କୋର, ଓଏମ୍‌ପିଏଲ, ଟିପି ସାଓ, ବିଆରପିଏଲ, କେଜେଏସ୍‌ ପାଓ୍ବାର, ସିରାଜଉଦ୍ଦିନ, ଆଇପି, ଏସେଲ, ନାରବେହେରାମ ବିଶ୍ରାମ,ଜେଏସପିଏଲ, , ଆମଲଗାମ ପାଓ୍ବାର, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ଫୋମେଣ୍ଟୋ, ପ୍ରୋ ମିନେରାଲସ୍‌, ରାମଗଡ଼ ମିନେରାଲ୍ସ, ରୁଙ୍ଗଟା ମାଇନ୍ସ, ଆର୍ସେଲର ମିତ୍ତଲ, ଫୋରଓ୍ବେ ଇନଫ୍ରା, ସାଓ୍ବନ ଡେସଟିଲଣ୍ଟିଂ ଏବଂ ବେଦାନ୍ତ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri