Categories: ଖେଳ

୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରିହେବା ପରେ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ୮୩

ମେଲବୋର୍ନ,୨୦।୧୨(ପି.ଟି.)- ଆଇପିଏଲ-୧୩ ଲାଗି ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆନ୍‌ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ୧୦.୭୫ କୋଟି ଟଙ୍କା କିଙ୍ଗ୍ସ ଏକାଦଶ ପଞ୍ଜାବ କିଣିଛି। ଏହାର ଗୋଟିଏ ଦିନ ପରେ ଅର୍ଥାତ ଶୁକ୍ରବାର ବିବିଏଲ୍‌ ମ୍ୟାଚ୍‌ରେ ସେ ୩୯ ବଲରୁ ୮୩ ରନ୍‌ର ଇନିଂସ ଖେଳିଛନ୍ତି। ୩୧ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ଇନିଂସରେ ୭ ଚୌକା ଓ ୫ ଛକା ସାମିଲ ଥିଲା। ଗତ ଅକ୍ଟୋବରରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌ରୁ ମାନସିକ ସମସ୍ୟା ଦେଇ ଗତି କରୁଥିବା ଦର୍ଶାଇ ଓହରି ଯାଇଥିଲେ। ସେ ପୂର୍ବରୁ ପଞ୍ଜାବ ଫ୍ରାଞ୍ଚାଇଜ ପାଇଁ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଖେଳିସାରିଛନ୍ତି। ଗତ ସଂସ୍କରଣ ଆଇପିଏଲରେ ନ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।

Share