୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାରେ ରେକର୍ଡ

ଭୁବନେଶ୍ୱର,୧୬ା୫ (ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ମାର୍ଚ୍ଚ ଓ ଏପ୍ରିଲ୍‌ରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ରେକର୍ଡ ସଂଖ୍ୟକ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇଛି। ମୟୂରଭଞ୍ଜରେ ୧୦୮ ଆମ୍ବୁଲାନ୍ସ ଜରିଆରେ ସର୍ବାଧିକ ଲୋକ ସେବା ପାଇଛନ୍ତି। ସେହିଭଳି ଅନୁଗୋଳ ଜିଲାରେ ୧୦୨ ଆମ୍ବୁଲାନ୍ସ ଜରିଆରେ ସର୍ବାଧିକ ଗର୍ଭବତୀ ମହିଳା ଏବଂ ଶିଶୁ ସେବା ପାଇପାରିଥିବା ଜଣାପଡିଛି। ୧୦୮ ସେବା ପାଇବାରେ ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧା ଜିଲା ଆଗରେ ରହିଥିବାବେଳେ ୧୦୨ ଆମ୍ବୁଲାନ୍ସ ସେବା ପାଇବାରେ ଅନୁଗୋଳ, ବାଲେଶ୍ୱର ଏବଂ ବରଗଡ଼ ଆଗରେ ରହିଛି। ମୟୂରଭଞ୍ଜ ଜିଲାରେ ମୋଟ ୩୪ଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଉଥିବାବେଳେ ମାର୍ଚ୍ଚ ଓ ଏପ୍ରିଲରେ ଯଥାକ୍ରମେ ୪୫୭୧ ଏବଂ ୪୧୯୬ ଜଣ ରୋଗୀ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। କଟକ ଜିଲାରେ ୨୬ଟି ଆମ୍ବୁଲାନ୍ସ କାର୍ଯ୍ୟ କରୁଥିବାବେଳେ ଯଥାକ୍ରମେ ୩୯୨୩ ଏବଂ ୩୬୦୭ଜଣ ରୋଗୀ ସେବା ପାଇଛନ୍ତି। ଖୋର୍ଦ୍ଧା ଜିଲାରେ ୨୩ଟି ଆମ୍ବୁଲାନ୍ସ ରହିଥିବାବେଳେ ଯଥାକ୍ରମେ ୩୮୯୯ ଏବଂ ୩୫୫୩ ଜଣ ରୋଗୀ ସେବା ପାଇପାରିଛନ୍ତି। ସେହିପରି ଅନୁଗୋଳରେ ୧୬ଟି ୧୦୨ ଆମ୍ବୁଲାନ୍ସ ଯୋଗେ ଦୁଇମାସରେ ଯଥାକ୍ରମେ ୧୩୧୧ ଏବଂ ୧୪୮୯ ଜଣଙ୍କୁ ହସ୍ପିଟାଲକୁ ଯାଇଛନ୍ତି। ବାଲେଶ୍ୱରରେ ୨୯ଟି ଆମ୍ବୁଲାନ୍ସରେ ଯଥାକ୍ରମେ ୨୯୪୨ ଏବଂ ୩୩୫୭ ଜଣଙ୍କୁ ସେବା ମିଳିଛି। ବରଗଡ଼ ଜିଲାରେ ୧୫ଟି ୧୦୨ ଆମ୍ବୁଲାନ୍ସ ମାଧ୍ୟମରେ ଯଥାକ୍ରମେ ୧୪୪୪ ଜଣ ଏବଂ ୧୫୪୮ଜଣ ସେବା ପାଇଛନ୍ତି।