୧୦୭ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି। ଚିହ୍ନଟ ୨ ଜଣ ଘଷିପୁରା ବ୍ଲକ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଜଣଙ୍କ ସ୍ବାବ ପରୀକ୍ଷା ପରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ତାମିଲନାଡ଼ୁ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି। ସମସ୍ତେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଙ୍ଗରୋଧରେ ଥିଲେ। ସେମନଙ୍କୁ କେନ୍ଦୁଝର କୋଭିଡ-୧୯ ହସ୍ପିଟାଲକୁ ଚିକିତ୍ସା ଲାଗି ପଠାଯାଇଛି । ଜିଲାର ୧୦୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭୬ ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଅନ୍ୟ ୩୧ ଜଣ ଚିକିତ୍ସାଧୀନ ଅଛନ୍ତି।