Categories: ଜାତୀୟ

୧୦୦ ଭାରତୀୟଙ୍କୁ ଏୟାର ଲିଫ୍ଟ କରିବା ପାଇଁ ଉହାନ ଯିବ ବାୟୁସେନା ବିମାନ

ନୂଆଦିଲ୍ଲୀ,୨୬।୨: ଚାଇନାରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଇତିମଧ୍ୟରେ ଏଠାରେ ୨୬୬୩ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭୭ ହଜାରରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏବେ ମଧ୍ୟ ଚାଇନାରେ ୧୦୦ଜଣ ଭାରତୀୟ ଅଛନ୍ତି। ସେମାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ବୁଧବାର ବାୟୁସେନା ବିମାନ ସି-୧୭ ଗ୍ଲୋବ୍‌ମାଷ୍ଟର ଚାଇନା ଯିବ। ଯେଉଁ ଭାରତୀୟମାନେ ସ୍ବଦେଶ ଫେରିବା ପାଇଁ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ବାୟୁସେନା ବିମାନ ଏୟାରଲିଫ୍ଟ କରିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। କିଛି ପଡୋଶୀ ଦେଶର ନାଗରିକଙ୍କୁ ମଧ୍ୟ ବିମାନରେ ଅଣାଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଇତିମଧ୍ୟରେ ଫେବୃୟାରୀ ୧ ଏବଂ ୨ରେ ୬୪୭ ଭାରତୀୟଙ୍କୁ ଚାଇନାରୁ ସ୍ବଦେଶ ଫେରାଇ ଅଣାଯାଇଛି।

Share