Categories: ଜାତୀୟ

୧୦୦ କୋଟିର ହେରୋଇନ ଜବତ

ନୂଆଦିଲ୍ଲୀ/ଶ୍ରୀନଗର,୧୨ା୬:ପାକିସ୍ତାନ ପ୍ରାୟୋଜିତ ଏକ ବଡ଼ ଧରଣର ନିଶାଦ୍ରବ୍ୟ କାରବାର ର଼୍ୟାକେଟର ପର୍ଦ୍ଦଫାସ୍‌ କରିଛି ଜମ୍ମୁ-କଶ୍ମୀରର ହଣ୍ଡଓ୍ବାରା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୩ ଲଶ୍କର-ଇ-ତୋଇବା ଆତଙ୍କବାଦୀ ଗିରଫ ହୋଇଥିବାବେଳେ ସେମାନଙ୍କଠାରୁ ୨୧ କିଲୋଗ୍ରାମ ହେରୋଇନ ଏବଂ ୧.୩୪ କୋଟି ଟଙ୍କା ମୂଲ୍ୟର ଭାରତୀୟ ମୁଦ୍ରା ଜବତ ହୋଇଛି। ଜବତ ହେରୋଇନ୍‌ ମୂଲ୍ୟ ୧୦୦ କୋଟି ଟଙ୍କା ହେବ। ଗିରଫ ଆତଙ୍କବାଦୀ ସେମାନଙ୍କ ପାକିସ୍ତାନୀ ପରିଚାଳକଙ୍କ ସହ ଯୋଗାଯୋଗରେ ଥିଲେ। ଗିରଫ ମୁଖ୍ୟ ଅଭିଯୁକ୍ତ ଇଫ୍‌ତିଖାର ଇନ୍ଦ୍ରାବି ଜଣେ କୁଖ୍ୟାତ ନିଶା ଚୋରାବେପାରୀ, ଯାହାଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ଅନ୍ୟ ଜଣେ ତାଙ୍କ ଜ୍ୱଇଁ ମୋମିନ ପୀର୍‌ ଓ ତୃତୀୟ ବ୍ୟକ୍ତି ଇକ୍‌ବାଲ-ଉଲ୍‌ ଇସ୍‌ଲାମ ବୋଲି ଜଣାପଡିଛି।

Share