Categories: ବାଣିଜ୍ୟ

୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଏନ୍‌ଟିପିସିର ଚିକିତ୍ସା

ଭୁବନେଶ୍ୱର,୨୪।୫: ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି) ପକ୍ଷରୁ ଭ୍ରାମ୍ୟମାଣ ମେଡିକାଲ ମେଡିକାଲ ଚିକିତ୍ସା ଶିବିରରେ ୧୦,୦୦୦ରୁ ଉର୍ଦ୍ଧ୍ୱ ପ୍ରଭାବିତଙ୍କୁ ଚିକିତ୍ସା କରାଯାଇଛି। ଏହି ଶିବିରଗୁଡିକ ପୁରୀ, କୋଣାର୍କ, ବ୍ରହ୍ମଗିରି, ସାତପଡା ପଞ୍ଚାୟତ ଓ ବ୍ଲକ ସ୍ତରରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କ ସମନ୍ବୟରେ ସ୍ଥାପନ କରାଯାଇଥିଲା। ତାଳଚେରଠାରେ ଥିବା ଏନ୍‌ଟିପିସି ହସ୍ପିଟାଲ ,ଆନ୍ଧ୍ରପ୍ରଦେଶ ରାମଗୁନ୍ଦମ ଏବଂ ମଧ୍ୟପ୍ରଦେଶ ବିନ୍ଧ୍ୟାଞ୍ଚଳରେ ଥିବା ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫମାନଙ୍କ ଟିମ୍‌ ପୁରୀ ଅଞ୍ଚଳରେ ଏହି ଶିବିରଗୁଡିକୁ ପରିଚାଳନା କରୁଥିଲେ।

Share