Categories: ଜାତୀୟ

୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିଥିବା ପୋଲିସ ଶେଷରେ ଚାକିରି ଛାଡି କରିବେ ରାଜନୀତି

ପୁଣେ, ୧୯।୭: ମହାରାଷ୍ଟ୍ରର ଲୋକପ୍ରିୟ ପୋଲିସ ଅଫିସର ପ୍ରଦୀପ ଶର୍ମା ଚାକିରିରୁ ଇସ୍ତଫା ଦେଇଛନ୍ତି। ଠାଣେ କ୍ରାଇମବ୍ରାଞ୍ଚ୍‌ରେ କାର୍ଯ୍ୟରତ ଥିବା ପ୍ରଦୀପ ରାଜନୀତିରେ ଯୋଗଦେବା ପାଇଁ ଚାକିରି ଛାଡିଥିବା କୁହାଯାଉଛି। ସେ ଶିବସେନା ଟିକେଟରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି ବୋଲି ଜଣାପଡିଛି। ୧୯୮୩ରେ ମହାରାଷ୍ଟ୍ର ପୋଲିସ ସେବାରେ ଯୋଗଦେଇଥିବା ପ୍ରଦୀପ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଥିଲେ। ଅଣ୍ଡରଓ୍ବାଲର୍‌ଡ ମାଫିଆଙ୍କ ଠିକଣା ବାବଦରେ ତାଙ୍କୁ ବେଶ୍‌ କିଛି ଜଣାଥିଲା। ସେ ୧୦୦ରୁ ଅଧିକ ଆପରାଧିକ ଏନକାଉଣ୍ଟର କରିଥିଲେ।

Share