୧୦୦ତମ ଜନ୍ମ ଦିନରେ ଜେଲ୍‌ ଗଲେ ବୃଦ୍ଧା

ଓ୍ବାଶିଂଟନ,୭।୩: ନିଜ ଜନ୍ମ ଦିନକୁ କିଛି ନିଆରା ଢ଼ଙ୍ଗରେ ପାଳନ କରିବା ପାଇଁ ପ୍ରତିଟି ବ୍ୟକ୍ତି ଚିନ୍ତା କରିଥାନ୍ତି। ତେବେ ଜନ୍ମ ଦିନରେ ଜେଲ ଯିବାର ଅନୁଭୁତି ପାଇବା ଲାଗି କେହି ଇଛା କରିଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ମାତ୍ର ଆମେରିକାରେ ବାସ କରୁଥିବା ରୁଥ୍‌ ବ୍ରାୟଣ୍ଟ ନାମକ ଜଣେ ବୃଦ୍ଧା ନିଜର ୧୦୦ତମ ଜନ୍ମଦିନରେ ଏଭଳି ଅନୁଭୁତି ପାଇବା ପାଇଁ ପରିବାର ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ଏହାପରେ ତାଙ୍କୁ ହାତକଡ଼ା ପିନ୍ଧାଇ ଜେଲ୍‌ ନିଆଯାଇଥିଲା। ସେଠାରେ ତାଙ୍କୁ ଉପହାର ଭାବେ ଏକ କମଳା ରଙ୍ଗର ଜର୍ସି ପ୍ରଦାନ କରାଯାଇଥିଲା। ଏହାପରେ ବ୍ରାୟଣ୍ଟ କେକ୍‌ କାଟି ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନ କରିଥିଲେ। ଏବେ ବ୍ରାୟଣ୍ଟଙ୍କ ଏଭଳି ଜନ୍ମଦିନ ପାଳନ ସଉକ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share