୧୦ହଜାର ପ୍ରବାସୀଙ୍କ ପାଇଁ ୧୭୮ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର

ଚଣ୍ଡିଖୋଲ, ୧୦।୫ (ଡି.ଏନ୍‌.ଏ.)-ରାଜ୍ୟ ବାହାରୁ ଓଡ଼ିଆ ଶ୍ରମିକମାନେ ଫେରୁଥିବା ବେଳେ ସେମାନଙ୍କ ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ବଡ଼ଚଣା ନିର୍ବାଚନ ମଣ୍ଡଳି ଅଧୀନ ୪୩ ପଞ୍ଚାୟତକୁ ପ୍ରାୟ ୧୦ହଜାର ପ୍ରବାସୀ ଫେରିବାକୁ ଥିବା ବେଳେ ସେମାନଙ୍କ ପାଇଁ୧୭୮ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରର ପ୍ରସ୍ତୁତ କରାଯାଇଛି। ଉକ୍ତ ଶିବିରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ମାସ୍କ, ଗ୍ଲୋବ, ସାନିଟାଇଜର, ହ୍ୟାଣ୍ଡଓ୍ବାସ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ରବିବାର ଆୟୋଜିତ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ବିଧାୟକ ଅମର ପ୍ରସାଦ ଶତପଥୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ସ୍ବାସ୍ଥ୍ୟ ଶିବିର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।
ଶିବିର ମଧ୍ୟକୁ ବାହାର ଲୋକଙ୍କୁ ପ୍ରବେଶ ନିଷେଧ କରିବା ସହ ସେଠାରେ ୧୪୪ ଧାରା ଜାରି କରିବା ଓ ବିଶୃଙ୍ଖଳାକାରୀଙ୍କ ବିରୋଧରେ କଡ଼ା କାଯର୍‌ୟାନୁଷ୍ଠାନ ନେବାକୁ ବିଧାୟକ ଶତପଥୀ ପରାମର୍ଶ ଦେଇଥିଲେ। ସେହିପରି ସବୁ ଶିବିରରେ ବିଦ୍ୟୁତ୍‌, ପାନୀୟ ଜଳ, ଉତ୍ତମ ମାନର ଖାଦ୍ୟ, ପ୍ରବାସୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପ୍ରମୁଖ ସୁଚାରୁ ରୁପେ ହେବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଜିଲାର ପ୍ରାୟ ୫୮ ହଜାର ପ୍ରବାସୀ ଓଡ଼ିଆ ଫେରିବାକୁ ପଞ୍ଜୀକୃତ କରିଥିବା ବେଳେ ସେମାନଙ୍କର ମଧ୍ୟରେ ବଡ଼ଚଣା ବ୍ଲକର ୭ ହଜାର ୩୮ଜଣ ରହିଛନ୍ତି। ତେବେ ସେମାନଙ୍କ ପରିବାର ସଦସ୍ୟକୁ ମିଶାଇଲେ ଏହି ସଂଖ୍ୟା ୧୦ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି। ଅସ୍ଥାୟୀ ଶିବିରରେ ରହୁଥିବା ପ୍ରବାସୀଙ୍କ ମଧ୍ୟରେ ଖାଦ୍ୟ କମିଟି, ସାସ୍କୃତିକ କମିଟି ଓ ସ୍ବଚ୍ଛତା କମିଟି କରି ପରିଚାଳନା କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ବୈଠକରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଡିଓ ଅଜିତ ନାରାୟଣ ଗିରି, ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି, ଡା. ରଶ୍ମୀରଞ୍ଜନ ପଶାୟତ, ଏସ୍‌ଡିଓ ଶୈଳେସ ରଞ୍ଜନ ପଟେଲ, ଭାଗ୍ୟଧର ମଲିକ, ଅରବିନ୍ଦ ସାମଲ, ବିନୋଦିନୀ ସାହୁ, ବିପିନ ବିହାରୀ ଜେନା ଉପସ୍ଥିତ ଥିଲେ। ଏହାପରେ ବିଧାୟକ ଶତପଥୀ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟ, ଭୁଷଣ୍ଡପୁର ପଞ୍ଚାୟତର ମହାଖଳା ସେବାଶ୍ରମଠାରେ ହୋଇଥିବା କୋଭିଡ୍‌-୧୯ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ଯାଇ ଭିତ୍ତିଭୂମି ଯାଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ

ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍‌ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri