Categories: ଜାତୀୟ

୧୦ଲକ୍ଷ ପୋଷ୍ଟକାର୍ଡରେ ‘ଜୟ ଶ୍ରୀରାମ’ ଲେଖି ମମତାଙ୍କ ପାଖକୁ ପଠାଇବ ଭାଜପା

କୋଲକାତା,୨।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗନକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ଶନିବାର ଉତ୍ତର ୨୪ ପ୍ରଗଣାଠାରେ ତ୍ରୁଣମୂଳ କଂଗ୍ରେସର ଏକ ସଭା ନିକଟରେ କେତେଜଣ ଭାଜପା କର୍ମୀ ‘ଜୟ ଶ୍ରୀରାମ’ ସ୍ଲୋଗନ ଦେବାରୁ ହିଂସା ପରିସ୍ଥିତି ଉପୁଜିଥିଲା। ଏହାକୁ ଦେଖି ପୋଲିସ ଲାଠି ଚାଳନା କରିଥିଲା। ଏହାର ଜବାବରେ ଏବେ ଭାଜପା କର୍ମୀ ୧୦ଲକ୍ଷ ପୋଷ୍ଟ କାର୍ଡରେ ‘ଜୟ ଶ୍ରୀରାମ’ ଲେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇବେ ବୋଲି ଜଣାପଡିଛି। ବେରକପୁରର ନବ ନିର୍ବାଚିତ ଏମ୍‌ପି ଅର୍ଜୁନ ସିଂ ଏହି ସୂଚନା ଦେଇଛନ୍ତି।

Share