୧୦ଥର ଆବେଦନ କରି ନିରାଶ ଘଟ୍‌ନା: ଭତା ପାଏଲେ ବୁରୁଧ୍‌ ଦମ୍ପତି

ଗଣ୍ଡତୁରୁମ, ୨୩।୩ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗାଁର ଘନ ଦେହେରୀ(୯୦) ଆର ତାକର ମାଏକିନା ସାଲିଣି(୮୫)। ଦମ୍ପତି ଭତାର ଲାଗି ପାଖାପାଖି ୧୦ ଥର ଆବେଦନ କରି ନିରାଶ ହେଇଥିଲେ। ଇ ବାବ୍‌ଦେ ଗଲା ୨୦୧୯ ଡିସେମ୍ବର ୫ ତାରିଖଥି ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘୧୦ଥର ଆବେଦନ କରି ନିରାଶ, ଭତାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି’ ଶୀରଷକ୍‌ରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପଧାନ ବୁରୁଧ୍‌ ଦମ୍ପତିକୁଁ ଭତା ଯୁଗେଇ ଦେବାର ଦିଗେ ପଦକ୍ଷେପ ନେବାକେ ଜିଲା ସାମାଜିକ ସୁରକ୍ଷା ଅଧ୍‌କାରୀ ନବକୃଷ୍ଣ ଦାଶକୁଁ ନିରଦେଶ ଦେଇଥିଲେ। ଜିଲାପାଳକଁର ନିରଦେଶ ଅନ୍‌ସାରେ ଡିଏସ୍‌ଏସ୍‌ଓ ଆର ଉନିଅଁା କରମଚାରୀମାନେ ମହୁଲପାଲି ଗଁାରେ ପୁହୁଁଚି ଘନକୁଁ ଭେଟି ସବୁକଥା ପଚାରି ବୁଝିଥିଲେ। ସରକାରୀ ଅଧ୍‌କାରୀମାନେ ତାକରନୁ ଦରକାରୀ କାଗଜପତର, ଫଟୋ ନେଇଥିଲେ। ଶେଷେ ପରଶାସନ ବୁରୁଧ୍‌ ଦମ୍ପତିକଁର ଭତା ମଂଜୁର କରିଥିଲେ। ଥାନୀଅ ସରପଁଚ୍‌ ପିଙ୍କି ବଢ଼େଇ, ପଁଚେତ୍‌ ନିର୍ବାହୀ ଅଧ୍‌କାରୀ ବୁରୁଧ୍‌ ଦମ୍ପତିକୁଁ ପଚେତ୍‌କେ ଡକେଇ ଦୁଇ ମାସର ଲେଖେଁ ଭତା ଟଁକା ଦେଇଛନ୍‌। ଦମ୍ପତି ଭତା ପାଏଲା ଉତାରୁ ଖୁସିରେ ଗଦ୍‌ ଗଦ୍‌ ହେଇ ଧରିତ୍ରୀ ଖବର କାଗଜକେ ଗୁର୍‌ଦୁ ପରଶଁସା କରବାର ସଂଗେ ଧରିତ୍ରୀ ପରିବାରକେ ଧଏନ୍‌ବାଦ ଦେଇଛନ୍‌। ପୂରବର ସୂଚନା ହିସାବେ ମହୁଲପାଲି ଗାଁର ଘନ ଦେହେରୀକଁର ପରିବାର କହେଲେ ମାଏକିନା ସାଲିଣି, ୩ ପୁଓ ଆର ଗୁଟେ ଝି’କେ ନେଇ ସଁସାର। ଘନ ଝନେ ନିହାତି ଗରିବ୍‌ ଆର ଭୂମିହୀନ ଲୋକ ଆଏ। ୧୯୬୯ ସାଲେ ହେଇଥିବାର ବଡ଼ଭାରି ମର୍‌ଡିରେ ପେଟ୍‌ପାଟନାର ଲାଗି କୁଟୁମବସିଆ ନିଜର ମୂଲ ଗାଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କୁଞ୍ଜାମହୁଲରୁ ବରଗଡ଼ ଜିଲା ମହୁଲପାଲିକେ ପଲେଇ ଆସିଥିଲେ। ମହୁଲପାଲିରେ କୁଲିମଜୁରି କରି ଘନ ନିଜର ଛୁଆପିଲା ବଡ଼ କରି ବିହାଚୁରା କରି ସାରିଛନ୍‌। ଏହେଦେ ପିଲାଛୁଆ ଭିନେ ହେଇ ରହୁଥିଲାବେଲେ ବୁରୁଧ୍‌ ଦମ୍ପତି ବଡ଼ାଦୁଖେ ଚଲୁଛନ୍‌। ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ପାଉଥିଲାବେଲେ ତେଲ୍‌ନୁନ୍‌, କପଡ଼ାଲତା, ଉଷୋକଷା କରବାକେ ସେମାନେ ବହୁତ୍‌ ହଇରାନ ହେଉଥିଲେ। ଏହେଦେ ଭତା ପାଏଲା ଉତାରୁ ଆମେ ଆରାମରେ ଚଲିପାରମୁ ବଲି ବୁରୁଧ୍‌ ଦମ୍ପତି କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri