୧୦ଟି କଥା

ଆଜିକାଲିର ବ୍ୟସ୍ତମୟ ଜୀବନରେ ଟେନ୍‌ସନର ବଶବର୍ତ୍ତୀ
ହେବା ନୂଆ କଥା ନୁହେଁ । ଏଥିଯୋଗୁ ଅନେକଙ୍କର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ। ତେବେ ଏହି ସମୟରେ ନିମ୍ନୋକ୍ତ
୧୦ଟି କଥାକୁ ଧ୍ୟାନ ଦେଇପାରନ୍ତି…

-ବ୍ୟାୟାମକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରନ୍ତୁ। ଏହାଦ୍ୱାରା ଟେନ୍‌ସନ ଅନେକାଂଶରେ ଦୂର ହୋଇଥାଏ।
-ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଅଧିକ ମସଲାଯୁକ୍ତ ଖାଦ୍ୟ ଯେତେ ନ ଖାଇବେ ସେତେ ଭଲ। ଏହା ସହ ପ୍ରତିଦିନ ଅତିକମ୍‌ରେ ୬-୭ ଘଣ୍ଟା ଶୁଅନ୍ତୁ।
-ପ୍ରତିଦିନ କିଛି ସମୟ ଯୋଗ, ପ୍ରାଣାୟାମ ପାଇଁ ବାହାର କରନ୍ତୁ। ଏହା ଆପଣଙ୍କୁ ଅନେକାଂଶରେ ମାନସିକ ଶାନ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ।
-କ’ଣ ପାଇଁ ସବୁବେଳେ ଟେନ୍‌ସନର ବଶବର୍ତ୍ତୀ ହେଉଛନ୍ତି ତାହାର କାରଣ ଖୋଜି ବାହାର କରନ୍ତୁ। ଯେତେ ସମ୍ଭବ ଏହାକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ।
-ଯଦି ଅଧିକାଂଶ ସମୟ ଚାପର ବଶବର୍ତ୍ତୀ ହେଉଛନ୍ତି ତେବେ ଯେତେ ସମ୍ଭବ ନିଜର ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ।
-ନିଜ ସାମର୍ଥ୍ୟ ଅନୁସାରେ ହିଁ କାମ କରନ୍ତୁ। ନିଜେ ତୁଲାଇପାରୁ ନ ଥିବା କାମକୁ ଆପଣେଇ ଟେନ୍‌ସନକୁ ଡାକି ଆଣନ୍ତୁ ନାହିଁ।
-ଟେନ୍‌ସନକୁ ନେଇ ଅଧିକ ଟେନ୍‌ସନ ହୁଅନ୍ତୁ ନାହିଁ। ସବୁବେଳେ ଏହାଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।
-ଯଦି ଅଧିକାଂଶ ସମୟ ଟେନ୍‌ସନରେ ରହୁଛନ୍ତି ତେବେ କିଛି ସମୟ ଶାନ୍ତ ପରିବେଶରେ ନିଜକୁ ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବା ଯଥେଷ୍ଟ ସମ୍ଭାବନା ରହିଛି।
-ସବୁବେଳେ ନିଜକୁ ଟେନ୍‌ସନ ଫ୍ରି ରଖିବାକୁ ଏକ ରୁଟିନ୍‌ ଲାଇଫ ଖସଡ଼ା ପ୍ରସ୍ତୁତ କରନ୍ତୁ।
-ଟେନ୍‌ସନକୁ ନେଇ ଯଦି ଅଧିକ ଚିନ୍ତାଗ୍ରସ୍ତ ରହୁଛନ୍ତି ତେବେ ବିଳମ୍ବ ନ କରି ଅଭିଜ୍ଞ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ, ଯିଏ କି ଆପଣଙ୍କୁ ଏଥିରୁ ମୁକୁଳିବା ଲାଗି ସହଜ ବାଟ ବତାଇଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri