୧ରୁ ଲାଗୁହେବ ଫାଷ୍ଟ ଟ୍ୟାଗ୍‌ ଆଇନ

କେନ୍ଦୁଝର ୨୩।୧୧ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ନୂତନ ଆଇନ ଅନୁଯାୟୀ ପ୍ରତ୍ୟେକ ଗାଡିରେ ଫାଷ୍ଟ ଟ୍ୟାଗ୍‌ (ଚିପସ) ନ ଲଗାଇଲେ ଟୋଲ ଗେଟ୍‌ରେ ଦୁଇଗୁଣ ଜରିମାନା ଆଦାୟ କରାଯିବ। ଏହି ବ୍ୟବସ୍ଥା ଡିସେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ତଦନୁଯାୟୀ କେନ୍ଦୁଝର ଜିଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ଆସନ୍ତା ୧ତାରିଖଠାରୁ ସମସ୍ତ ଟୋଲ ପ୍ଲାଜାରେ ଇ-ଟୋଲ ଆଦାୟ ହେବ। ରାଜପଥର ହସନପୁର, ଖଣ୍ଟଘର,ବନାଯୋଡି ଟୋଲ ପ୍ଲାଜାରେ ‘ଫାଷ୍ଟ ଟ୍ୟାଗ’ ବ୍ୟବସ୍ଥା ପ୍ରଚଳନ କରାଯାଉଥିବା ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି। ଫାଷ୍ଟଟ୍ୟାଗ ବ୍ୟବହାର କରୁ୍‌ତ୍ଥିବା ଗାଡି ଟୋଲ ଗେଟ ଅତିକ୍ରମ କରିବା ମାତ୍ରେ ଯାନବାହନର ଝରକା କାଚରେ ଲାଗିଥିବା ଆର୍‌ଏଫ୍‌ଆଇଡିଭିତ୍ତିିକ ଫାଷ୍ଟ ଟ୍ୟାଗ ସହ ଲିଙ୍କ୍‌ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଆପେ ଆପେ ରାଜପଥ ବାବଦକୁ ଶୁଳ୍କ କଟିଯିିବ। ତେବେ ବର୍ତ୍ତମାନ ଦୁଇଗୁଣ ଜରିମାନା ଆଦାୟକୁ କୋହଳ କରାଯାଇଥିବା କୁହାଯାଉଛି । ଦେଶର ସମସ୍ତ ଟୋଲ ଗେଟରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବାରୁ ଏ ନେଇ ଲୋକଙ୍କୁ ଅଧିକ ସଚେତନ କରାଯାଉଛି।
ଉଲ୍ଳେଖନୀୟ ଯେ, ଦୁଇ ଚକିଆ, ତିନି ଚକିଆ ଓ ଟ୍ରାକ୍ଟର ବ୍ୟତୀତ ଏବେ ଯେଉଁ ସବୁ ଗାଡି ନୂଆ ଆସୁଛି ସେଥିରେ ଫାଷ୍ଟ ଟ୍ୟାଗ ଲାଗି ଆସୁଛି ା ବ୍ୟାଙ୍କ ଆକାଉଣ୍ଟ ସହିତ ଏସବୁ ଚିପସ୍‌ର ଲିଙ୍କ୍‌ ରହୁଛି । ଗାଡି ଟୋଲ୍‌ ଗେଟ ପାଖରେ ପହଞ୍ଚିବାର ପ୍ରାୟ ୩୦୦ ମିଟର ପୂର୍ବରୁ ଟୋଲ ଗେଟରେ ଥିବା କମ୍ପୁୁଟର ସହିତ ଏହାର ଯୋଗାଯୋଗ ସ୍ଥାପନ ହୋଇପାରିିବ ା ଫଳରେ ଗାଡିକୁ ଆଉ ଅଧିକ ସମୟ ଠିଆ ହୋଇ ରହିବାକୁ ପଡିବ ନାହିଁ ା ଟୋଲଗେଟ୍‌ରେ ଲାଗିଥିବା ଫାଟକ ଆପେ ଖୋଲିଯିବଏବଂ ଫି ବାବଦକୁ ଟଙ୍କା ସିଧାସଲଖ ଲିଙ୍କ୍‌ ଯୋଗେ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ ା ଏହାଦ୍ୱାରା ଟୋଲ ଗେଟ୍‌ରେ ଟ୍ରାଫିକ୍‌ ଜାମ ହେବ ନାହିଁ , ପ୍ରଦୂଷଣ ମାତ୍ରା କମିବ ଏବଂ ଶୁଳ୍କ ଆଦାୟରେ ସ୍ବଚ୍ଛତା ରକ୍ଷା ସହ ସରକାର୍‌ଙ୍କ ଡିଜିଟାଲ ବା ଇ -ଅର୍ଥ କାରବାରକୁ ଏଥିରୁ ପ୍ରୋତ୍ସାହନ ମିଳିବ । କେନ୍ଦୁଝରଠାରେ ଥିବା ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିର୍ଦ୍ଦେଶକ ଆର. ଭେଙ୍କଟେଶ୍ୱରଲୁ ଏଠାରେ ଏହି ସୂଚନା ପ୍ରଦାନ କରିଛନ୍ତି ା ଏହାବାଦ ଜାତୀୟ ରାଜପଥ ଦେୟ ନିୟମ ୨୦୦୮ ମୁତାବକ ଟୋଲ ପ୍ଲାଜାରେ କେବଳ ଫାଷ୍ଟ ଟ୍ୟାଗ ବ୍ୟବହାରକାରୀ ଗାଡି ପାଇଁ ସ୍ବତନ୍ତ୍ର ଲେନ ବ୍ୟବସ୍ଥା ସଂରକ୍ଷିତ ହୋଇ ରହିବ ା ଫାଷ୍ଟ ଟ୍ୟାଗ ଲାଗି ନ ଥିବା ଗାଡି ଏହି ଲେନରେ ଯାତାୟାତ କରିପାରିବେ ନାହିଁ ା ଏବେ ଟୋଲ ପ୍ଲାଜା ନିକଟରେ ପ୍ରିପେଡ ଫାଷ୍ଟ ଟ୍ୟାଗ ଚାଳକଙ୍କୁ ଯୋଗାଇଦେବା ବ୍ୟବସ୍ଥା କରାଯାଇଛି ା ମୋବାଇଲ ଭଳି ଏହାକୁ ମଧ୍ୟ ରିଚାର୍ଜ କରି ବ୍ୟବହାର କରାଯାଇ ପାରିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri