୧କୋଟି ଖର୍ଚ୍ଚ ପରେ ବି ମିଳିଲାନି ପିଇବା ପାଣି

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସରସତିଆ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଅଳ୍ପ ଦିନ ପରେ ଏହା ଅଚଳ ହୋଇପଡିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର କରାମତି କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀମାନେ ଉଦାସୀନ ରହୁଥିବାରୁ କୋଟିଏ ଟଙ୍କାର ପ୍ରକଳ୍ପ କୌଣସି କାମରେ ଆସୁ ନ ଥିବାରୁ ଲୋକେ ପୂର୍ବଭଳି ଜଳକଷ୍ଟର ଶିକାର ହେଉଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, ପିଇବା ପାଣି ଟୋପାଏ ପାଇଁ ଗ୍ରାମର ୫ଶହରୁ ଊର୍ଦ୍ଧ୍ୱ ଲୋକ ୫ବର୍ଷ ହେଲା ଚାତକ ପରି ଚାହିଁ ରହିଛନ୍ତି ା ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରା ନ ଗଲେ ସେମାନେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଗ୍ରାମର କମଳାକାନ୍ତ ରଣା,ପ୍ରଶାନ୍ତ ସାହୁ, ରମାକାନ୍ତ ବେହେରା,ଅକ୍ଷୟ ସାହୁ,ନରେନ୍ଦ୍ର ସାହୁ,ବାବାଜୀ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରକଳ୍ପ ଅଚଳ ହେବା ଘଟଣାର ତଦନ୍ତ କରି ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ୨୦୧୫-୧୬ ମସିହାରେ ସରସ୍ବତିଆ ସମେତ ସାହାପୁର ବାରିକସାହି ଗ୍ରାମର ହାରାହାରି ୨ଶହ ପରିବାରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ୧କୋଟି ୧୧ଲକ୍ଷ ଟଙ୍କା ବ୍ୟୟରେ ସରସତିଆ ଗ୍ରାମରେ ଏହି ପ୍ରକଳ୍ପ କରାଯାଇଥିଲା ା ଏଥିରେ ୧ଲକ୍ଷ ଲିଟର ପାଣି ସଂରକ୍ଷଣ ଲାଗି ଟାଙ୍କି ନିର୍ମାଣ ନିର୍ମାଣ ଆରମ୍ଭ କରାଯାଇଥିଲା। ଗ୍ରାମବାସୀ ଜଳକଷ୍ଟରୁ ରକ୍ଷା ପାଇବେ ବୋଲି ଆଶା ବାନ୍ଧିଥିଲେ। ପ୍ରକଳ୍ପ ନିର୍ମାଣ କାମ ବିଳମ୍ବିତ ହୋଇ ୨ବର୍ଷରୁ ଅଧିକ ସମୟ ଲାଗିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି କିଛି ଦିନପାଇଁ କାର୍ଯ୍ୟବନ୍ଦ ରଖିଥିଲେ ା ପରେ ଯନ୍ତ୍ରୀମାନଙ୍କ ହସ୍ତକ୍ଷେପରେ ଠିକାଦାର ତୁରନ୍ତ କାର୍ଯ୍ୟସାରିବାର ପ୍ରତିଶ୍ରୁତି ଦେବାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା ା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ୧ମାସ ନ ପୂରୁଣୁ ପାଇପ ଫାଟି ନଷ୍ଟ ହେବା ସହ ପ୍ରକଳ୍ପ ମେଶିନ ଅକାମୀ ହୋଇ ପଡିଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମବାସୀ ଭୋଟ ବର୍ଜନପାଇଁ ଚେତାବନୀ ଦେବାରୁ ଭୋଟ ଶେଷ ହେବାଯାଏଁ ଠିକଠାକ ପାଣି ଆସିଥିଲା । ମାତ୍ର ୧୦ଦିନ ଯାଇନି ପ୍ରକଳ୍ପ ପୁଣି ଅଚଳ ହୋଇ ପଡିିଲା ା ସେବେଠାରୁ ପାଇପ ପାଣି ମିଳିବା ଆଶା ଦିନକୁ ଦିନ ମଉଳିବାରେ ଲାଗିଛି ା ପ୍ରକଳ୍ପ କାର୍ଯ୍ୟ ସରିବାର ଅବଧି ଠାରୁ ୫ବର୍ଷ ଯାଏଁ ମରାମତି କାମ ଠିକା ସଂସ୍ଥା ଦ୍ୱାରା କରାଯିବାର ନିୟମ ଥିଲେ ମଧ୍ୟ ଏଠି କାହାରି ଦେଖାଦର୍ଶନ ମିଳୁ ନ ଥିବା ଗ୍ରାମର ପ୍ରଶାନ୍ତ ସାହୁ ଅଭିଯୋଗ କରିଛନ୍ତି ା ଠିକାସଂସ୍ଥା ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ରହୁ ନ ଥିବା କମଳାକାନ୍ତ ରଣା କହିଛନ୍ତି ା ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରୌପ୍ୟ ରଞ୍ଜନ ବେହେରାଙ୍କୁ ପଚାରିବାରୁ ଘଯଣା ଅନୁଧ୍ୟାନ କରି ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri