ୟେସ୍‌ ବ୍ୟାଙ୍କ ଉପରୁ ୧୮ରେ ଉଠିବ କଟକଣା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାର ୟେସ୍‌ ବ୍ୟାଙ୍କ ପୁନର୍ଗଠନ ଯୋଜନାର ବିଜ୍ଞପ୍ତି ଶନିବାର ଜାରି କରିଛନ୍ତି। ଏହା ଯୋଜନା ଅଧିନରେ ରିଜର୍ଭ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଉପରେ ଲଗାଇଥିବା ଉଠାଣ କଟକଣା ଏବଂ ଅନ୍ୟ ମୋରାଟୋରିୟମ ସର୍ତ୍ତ ମାର୍ଚ୍ଚ ୧୮ରେ ଉଠାଇ ଦେବ ବୋଲି ଜଣାପଡିଛି। ପୁନର୍ଗଠିତ ଏହି ବ୍ୟାଙ୍କ ଲାଗି ସରକାର ନୂଆ କରି ଏକ ବୋର୍ଡ ଗଠନ କରିଛନ୍ତି। ଏଥିରେ ଉକ୍ତ ବ୍ୟାଙ୍କ ଲାଗି ବର୍ତ୍ତମାନର ଆଡମିନିଷ୍ଟ୍ରେଟର ଭାବେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାରଙ୍କୁ ଏମ୍‌ଡି ତଥା ସିଇଓ ଭାବେ ନିଯୁକ୍ତ କରାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପୂର୍ବତନ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁନୀଲ ମେହେଟାଙ୍କୁ ମଧ୍ୟ ଏହି ବୋର୍ଡ ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ବୋର୍ଡରେ ମହେଶ କୃଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡାଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ସେମାନେ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ।
ପୁନର୍ଗଠିତ ଏହି ବ୍ୟାଙ୍କରେ ନିବେଶ ଲାଗି ଘରୋଇ ବ୍ୟାଙ୍କଗୁଡ଼ିକ ଆଗେଇ ଆସିଛନ୍ତି। ଶୁକ୍ରବାର ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି ଏବଂ ଆକ୍ସିସ ନିବେଶ ନେଇ ଚୂଡାନ୍ତ କରିଥିବା ବେଳେ ଶନିବାର ବନ୍ଧନ ବ୍ୟାଙ୍କ ଏବଂ ଫେଡେରାଲ ବ୍ୟାଙ୍କ ନିବେଶ ନେଇ ସମ୍ମତି ପ୍ରଦାନ କରିବ। ବନ୍ଧନ ବ୍ୟାଙ୍କ ୩୦୦ କୋଟି ନିବେଶ କରିବାକୁ ଥିବାବେଳେ ୩୦ କୋଟି ଇକ୍ୱିଟି ଅଂଶଧନ ହାସଲ କରିବ। ପ୍ରମୁଖ ଘରୋଇ ବ୍ୟାଙ୍କଗୁଡିକ ୟେସ୍‌ ବ୍ୟାଙ୍କରେ ୩,୧୦୦ କୋଟି ଟଙ୍କା ନିବେଶ କରିବେ। ଏହାବାଦ ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ୭୨୫୦ କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡିଛି। ଏଚ୍‌ଡିଏଫ୍‌ସି ଏବଂ ଆଇସିଆଇସିଆଇ ବ୍ୟାଙ୍କ ଉଭୟ ୧୦୦୦ କୋଟି ଟଙ୍କା ଲେଖାଏ ନିବେଶ କରିବାକୁ ଥିବାବେଳେ ଆକ୍ସିସ ବ୍ୟାଙ୍କ ୬୦୦ କୋଟି, ଫେଡେରାଲ ବ୍ୟାଙ୍କ ୩୦୦ କୋଟି ନିବେଶ ଯୋଜନା ରଖିଛନ୍ତି। ଏହାବାଦ କୋଟାକ ମହିନ୍ଦ୍ରା ବ୍ୟାଙ୍କ ୫୦୦ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଦ୍ୱିତୀୟ F-15E ପାଇଲଟଙ୍କୁ ଉଦ୍ଧାର କଲା ଆମେରିକା, ଟ୍ରମ୍ପ କହିଲେ ଆମେ ଆମର ଯୋଦ୍ଧାଙ୍କୁ…

ଓ୍ବାଶିଂଟନ,୫।୪: ଗ୍ରାଉଣ୍ଡ ଅପରେଶନ ସମୟରେ ଆମେରିକା ଏହାର ଦ୍ୱିତୀୟ ପାଇଲଟଙ୍କୁ ଠାବ କରିଛି । ଦେଶରେ ସାମରିକ ଅଭିଯାନ ସମୟରେ ଇରାନ ଦ୍ୱାରା ଏକ ଆମେରିକୀୟ F-15E…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri