ୟୁରୋପ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା: ଓ୍ବାଶିଂଟନ୍‌ରେ ଜରୁରୀକାଳିନ ଘୋଷଣା

ଓ୍ବାଶିଂଟନ୍‌,୧୨।୩: କରୋନା ଭାଇରସ୍‌ ସାରା ବିଶ୍ୱରେ ଧିରେ ଧିରେ ନିଜର କାୟା ବିସ୍ତାର କରଚାଲିଛି। ଏଥିଯୋଗୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିଛି। ଅପରପକ୍ଷେ କରୋନା ଯୋଗୁ ଆମେରିକା ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏହି ସଂକ୍ରମଣରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ୩୦ ଦିନ ପାଇଁ ଏହି ଯାତ୍ରା ଉପରେ ରୋକୋ ଲଗାଯାଇଛି ବୋଲି ଟ୍ରମ୍ପ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି। ତେବେ ଏହାମଧ୍ୟରେ କୌଣସି ପ୍ରକାର ଯାତାୟାତକୁ ଅନୁମତି ଦିଆଯିବ ନାହିଁ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। କିନ୍ତୁ ବ୍ରିଟେନ ଏହି ତାଲିକାରୁ ବାଦ୍‌ ପଡ଼ିଛି। ସେହିପରି ଓ୍ବାଶିଂଟନ୍‌ରେ କରୋନାକୁ ନେଇ ରାଜ୍ୟ ଜରୁରୀକାଳିନ ଘୋଷଣା କରାଯାଇଛି। କାରଣ ଆମେରିକାରେ ଏହି ସଂକ୍ରମଣ ଯୋଗୁ ୨୨ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସୂଚନାଯୋଗ୍ୟ, କରୋନା ବିଶ୍ୱର ୧୨୧ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହାର ପ୍ରକୋପ ସବୁଠାରୁ ଅଧିକ ଚାଇନା, ଇଟାଲି ଏବଂ ଇରାନରେ ଦେଖିବାକୁ ମିଳିଛି ।

Share