Posted inଖେଳ

ୟୁରୋପିଆନ ମାଷ୍ଟର୍ସ ଗେମ୍ସ: ଇଟାଲୀ ଯିବେ ପାର୍ବତୀ

କଟକ ଅଫିସ,୨୪ା୭-ଓଡ଼ିଶା କ୍ରୀଡ଼ା ଜଗତର ଡିସ୍‌କସ୍‌ ରାଣୀ ଭାବେ ପରିଚିତ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବୁଧବାର ଇଟାଲୀ ଯାତ୍ରା କରିବେ । ଇଟାଲୀର ଟୋରିନୋ ସହରରେ ହେବାକୁ ଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ପାର୍ବତୀ ରାଜ୍ୟ ପକ୍ଷରୁ ଏକମାତ୍ର ଖେଳାଳି ଭାବେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି । ଭାରତୀୟ ଦଳରେ ସାମିଲ ହୋଇଥିବା ପାର୍ବତୀ ଉକ୍ତ ଟୁର୍ନାମେଣ୍ଟରୁ ପଦକ ଜିତିବା ଆଶା ରଖିଛନ୍ତି ।
ପୂର୍ବରୁ ମାଲେସିଆରେ ଅନୁଷ୍ଠିତ ଏସିଆ ପାସିଫିକ୍‌ ମାଷ୍ଟର୍ସ ଗେମ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ସହ ଡିସ୍‌କସ୍‌ ଥ୍ରୋରେ ସ୍ବର୍ଣ୍ଣ ଓ ସଟ୍‌ପୁଟ୍‌ରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ଏହାଛଡ଼ା ଭାରତୀୟ ସିନିୟର ଦଳରେ ନିୟମିତ ଖେଳାଳିଭାବେ ସୁଯୋଗ ପାଉଛନ୍ତି ପାର୍ବତୀ । ନୂଆଦିଲ୍ଲୀରେ ଅନୁଷ୍ଠିତ ଏସିଆନ ଅଲ ଷ୍ଟାର ଟୁର୍ନାମେଣ୍ଟରେ ପାର୍ବତୀଙ୍କ ପ୍ରଦର୍ଶନ ତାଙ୍କୁ ଜାତୀୟ ସ୍ତରରେ ପରିଚୟ ଦେଇଥିଲା । କୋଚିରେ ଅନୁଷ୍ଠିତ ଏସିଆନ ଗ୍ରାଁପ୍ରିରେ ମଧ୍ୟ ପାର୍ବତୀ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରି ଅଳ୍ପ ବ୍ୟବଧାନରେ ପଦକରୁ ବଞ୍ଚିତ ହୋଇଥିଲେ । କିଛି ଦିନ ତଳେ ଇଟାଲୀ ସହରରୁ ଭାରତ ପାଇଁ ପଦକ ବିଜୟୀ ହୋଇଥିବା ଓଡ଼ିଶା ଧାବିକା ଦୂତୀ ଚାନ୍ଦଙ୍କ ପରେ ଅନ୍ୟଜଣେ ଓଡ଼ିଆ ପ୍ରତିଭା ଭାବେ ଏବେ ପାର୍ବତୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଦୂତୀ ସିନିୟର ବର୍ଗରୁ ପଦକ ଜିତିଥିବା ବେଳେ ପାର୍ବତୀ ମାଷ୍ଟର୍ସ ବିଭାଗରେ ପଦକ ଜିତୁଛନ୍ତି । ପାର୍ବତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅଭ୍ୟାସ ଜୋରଦାର କରିଛି । ଟୁର୍ନାମେଣ୍ଟ ନିମନ୍ତେ ନିଜକୁ ୨ମାସ ଆଗରୁ ପ୍ରସ୍ତୁତ ଚଳାଇଛି । ସ୍ବାମୀ କୁବେର ବେହେରା ମୋ ଅଭ୍ୟାସରେ ଅନେକ ସହଯୋଗ କରିଛନ୍ତି । ସ୍ବର୍ଣ୍ଣ ପଦକ ବିଜୟୀ ହେବାର ଆଶା ରହିଥିବା ପାର୍ବତୀ ପ୍ରତିକ୍ରିୟାରେ କହିଥିଲେ । ସୂଚନା ଥାଉକି, ପାର୍ବତୀ କଟକ ରେଳବାଇ ବିଭାଗରେ ଟିଟିଆଇ ଭାବେ କାର୍ଯ୍ୟରତ । ପ୍ରତିଯୋଗିତା ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଜଗତସିଂପୁରର ପୂର୍ବତନ ଏମ୍‌ପି ଡ. କୁଳମଣି ସାମଲ, ଓଡ଼ିଶା ମାଷ୍ଟର୍ସ ଗେମ୍ସ ଆସୋସିଏଶନ ସମ୍ପାଦକ ଶିବ ପ୍ରସାଦ ମିଶ୍ର, ପୂର୍ବତଟ ରେଲଓ୍ବେ, ଖୋର୍ଦ୍ଧା ଡିଭିଜନ ପକ୍ଷରୁ ପାର୍ବତୀଙ୍କୁ ଶୁଭେଚ୍ଛା ଜଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri