Categories: ଖେଳ

ୟୁରୋପିଆନ ପ୍ରତିଯୋଗିତାରୁ ମାଞ୍ଚେଷ୍ଟର ସିଟି ବାସନ୍ଦ

ନିଓନ(ସୁଇଜରଲାଣ୍ଡ),୧୫।୨(ଏଏଫ୍‌ପି)- ମାଞ୍ଚେଷ୍ଟର ସିଟି ଫୁଟବଲ ଦଳକୁ ୟୁରୋପିଆନ ପ୍ରତିଯୋଗିତାରୁ ଆଗାମୀ ୨ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଦଳ ଆର୍ଥିକ ଫେୟାର ପ୍ଲେ ନିୟମ ଭଙ୍ଗ କରିଥିବା ୟୁଫା ପକ୍ଷରୁ ଘୋଷଣା କରାଯାଇଛି। ବାସନ୍ଦାଦେଶ ସହ ୩୦ ନିୟୁତ ୟୁରୋ (୩୨.୫ ନିୟୁତ ଡଲାର) ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ଏହି ଦଣ୍ଡାଦେଶକୁ କୋର୍ଟ ଅଫ୍‌ ଆର୍ବିଟ୍ରାଶନ ସ୍ପୋଟର୍‌ସ (ସିଏଏସ୍‌)ରେ ଚ୍ୟାଲେଞ୍ଜ କରିବେ। ୟୁଫା ଆଡଜୁଡିକାଟୋରି ଚାମ୍ବର ନିଷ୍ପତ୍ତିରେ ମାଞ୍ଚେଷ୍ଟର ସିଟି ଦୁଃଖିତ। ମାତ୍ର ଚକିତ ନୁହେଁ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଦଳ ଚଳିତ ସିଜନରେ ଚାମ୍ପିୟନଶିପ ଲିଗ୍‌ରେ ରିୟଲ ମାଡ୍ରିଡ୍‌ ସହ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବ। ଆଡଜୁଡିକାଟୋରି ଚାମ୍ବରର ହସ୍ତଗତ ହୋଇଥିବା ସମସ୍ତ ପ୍ରମାଣରୁ ଜଣାପଡ଼ିଛି ମାଞ୍ଚେଷ୍ଟର ସିଟି ୟୁଫା କ୍ଲବ ଲାଇସେନ୍ସିଂ ଓ ଫାଇନାଲସିଆଲ ଫେୟାର ପ୍ଲେ ନିୟମ ଭଙ୍ଗ କରିଛି। କ୍ଲବ ତଦନ୍ତ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରାଯାଇ ନ ଥିଲା।

Share