ୟୁପିରେ ୩୦୦ ୟୁନିଟ ମାଗଣା ବିଜୁଳି, ମହିଳାଙ୍କୁ ୪୦ ହଜାର ଟଙ୍କା… ଅଖିଳେଶ କରିବେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ୱାଚନ ୨୦୨୭ର ପ୍ରସ୍ତୁତି ମଧ୍ୟରେ ସମାଜବାଦୀ ପାର୍ଟି ସମ୍ୱିଧାନ ଦିବସରେ ତାହାର ବହୁପ୍ରତୀକ୍ଷିତ ‘ଜନ-ମନ ଘୋଷଣାପତ୍ର’ ଜାରି କରିପାରେ। ସୂତ୍ର ଅନୁଯାୟୀ, ଘୋଷଣାପତ୍ରକୁ ‘ସତ୍ତାଇଶ କା ସଙ୍କଳ୍ପ: ପିଡିଏ କା ପ୍ରଣପତ୍ର’ (୨୭ର ସଂକଳ୍ପ: ପିଡିଏର ପ୍ରଣପତ୍ର) ନାମ ଦିଆଯାଇଛି, ଯେଉଁଥିରେ ପଛୁଆ, ଦଳିତ, ସଂଖ୍ୟାଲଘୁ ଏବଂ ସାଧାରଣ ଜନତାଙ୍କ ପ୍ରସଙ୍ଗକୁ କେନ୍ଦ୍ରରେ ରଖାଯିବ। ମହିଳାମାନଙ୍କୁ ୪୦ ହଜାର ବାର୍ଷିକ ପେନସନ, ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି, ସୱରୋଜଗାର ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଏବଂ ଗରିବଙ୍କ ପାଇଁ ମାଗଣା ଚିକିତ୍ସା ଭଳି ବଡ଼ ପ୍ରତିଶ୍ରୁତି ଏଥିରେ ସାମିଲ ହୋଇପାରେ। ଏହା ସହିତ ରାଜ୍ୟ, ଜିଲ୍ଲା ଏବଂ ଲକ୍ଷ୍ନୌ ପାଇଁ ଭିନ୍ନ ଭିନ୍ନ ଘୋଷଣାପତ୍ର ମଧ୍ୟ ଉପସ୍ଥାପନ କରାଯାଇପାରେ।

ସମାଜବାଦୀ ପାର୍ଟିର ଏହି ଘୋଷଣାପତ୍ର ତିନୋଟି ଭିନ୍ନ ଭିନ୍ନ ବର୍ଗରେ ଜାରି କରାଯିବାର ପ୍ରସ୍ତୁତି ଚାଲିଛି। ପ୍ରଥମଟି ରାଜ୍ୟ ସ୍ତରୀୟ ଘୋଷଣାପତ୍ର ହେବ, ଯେଉଁଥିରେ ସମଗ୍ର ଉତ୍ତର ପ୍ରଦେଶ ପାଇଁ ପାର୍ଟିର ଦୃଷ୍ଟିକୋଣ ଏବଂ ବଡ଼ ର୍ନିବାଚନୀ ପ୍ରତିଶ୍ରୁତି ସାମିଲ ରହିବ।

ଦ୍ୱିତୀୟଟି ଜିଲ୍ଲା ସ୍ତରୀୟ ଘୋଷଣାପତ୍ର ହେବ, ଯେଉଁଥିରେ ରାଜ୍ୟର ୭୫ଟି ଜିଲ୍ଲାର ସ୍ଥାନୀୟ ସମସ୍ୟା, ବିକାଶ ଯୋଜନା ଏବଂ ଆଞ୍ଚଳିକ ଆବଶ୍ୟକତାକୁ ସାମିଲ କରାଯିବ। ଅନ୍ୟପକ୍ଷରେ, ତୃତୀୟଟି ଲକ୍ଷ୍ନୌ ପାଇଁ ସୱତନ୍ତ୍ର ଘୋଷଣାପତ୍ର ହେବ, ଯେଉଁଥିରେ ରାଜଧାନୀର ସହରୀ ବିକାଶ, ଟ୍ରାଫିକ ବ୍ୟବସ୍ଥା, ସୱାସ୍ଥ୍ୟ ଏବଂ ଶିକ୍ଷା ଭଳି ପ୍ରସଙ୍ଗ ଉପରେ ବିଶେଷ ଫୋକସ ରହିବ।

ଘୋଷଣାପତ୍ର ଉନ୍ମୋଚନ ପରେ ସମ୍ୱିଧାନ ମାର୍ଚ୍ଚ ଆୟୋଜନ କରିବାର ମଧ୍ୟ ପ୍ରସ୍ତୁତି ରହିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଘୋଷଣାପତ୍ର ଜାରି କରିବା କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି।

ସୂତ୍ର ଅନୁଯାୟୀ, ଘୋଷଣାପତ୍ରରେ ମହିଳା ଏବଂ ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ଅନେକ ବଡ଼ ପ୍ରତିଶ୍ରୁତି ଦିଆଯାଇପାରେ। ସମ୍ଭାବ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ମହିଳାଙ୍କୁ ୪୦ ହଜାର ଟଙ୍କା ବାର୍ଷିକ ପେନସନ, ସୱରୋଜଗାର ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା, ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଏବଂ ଗରିବଙ୍କ ପାଇଁ ବିନା କାର୍ଡରେ ମାଗଣା ଚିକିତ୍ସା ଭଳି ଘୋଷଣା ସାମିଲ ହୋଇପାରେ। ଏହା ବ୍ୟତୀତ ଲକ୍ଷ୍ନୌରେ ଛାତ୍ରୀ ଓ ଛାତ୍ରମାନଙ୍କ ପାଇଁ ମାଗଣା ମେଟ୍ରୋ ଯାତ୍ରାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇପାରେ। ପାର୍ଟି ସୂତ୍ର ଅନୁଯାୟୀ, ଘୋଷଣାପତ୍ର ପୂର୍ୱତନ ମୁଖ୍ୟ ସଚିବ ଆଲୋକ ରଞ୍ଜନଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇଛି। ଏଥିରେ ସମ୍ୱିଧାନର ସୁରକ୍ଷା, ଗଣତନ୍ତ୍ର ଏବଂ ସଂରକ୍ଷଣକୁ ସମାଜବାଦୀ ପାର୍ଟିର ପ୍ରମୁଖ ର୍ନିବାଚନୀ ପ୍ରସଙ୍ଗ ଭାବେ ରଖାଯାଇଛି। ଏହା ସହିତ ରୋଜଗାର, ଶିକ୍ଷା ଏବଂ ସାମାଜିକ ନ୍ୟାୟକୁ ମଧ୍ୟ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରାଯାଇଛି।

ଏହି ସମୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଲଗାତାର ବିଜେପି ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ୨୦୨୭ରେ ବିଜେପିକୁ କ୍ଷମତାରୁ ହଟାଇବା। ଅଖିଳେଶ ଯାଦବ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଅଧିକାରୀମାନଙ୍କ ବିରୋଧରେ ବିଗତ ବର୍ଷଗୁଡ଼ିକରେ ଶାସକ ଦଳର ଏଜେଣ୍ଟ ଭାବେ କାମ କରିବାର ଅଭିଯୋଗ ରହିଛି, ସେମାନଙ୍କ ବିରୋଧରେ ତାଙ୍କ ପାର୍ଟି ର୍ନିବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ। ସେ ଦାବି କରିଛନ୍ତି ଯେ ର୍ନିବାଚନ ତାରିଖ ଘୋଷଣା ହେବା ମାତ୍ରେ ବିଜେପିର ପରାଜୟ ନିଶ୍ଚିତ ହୋଇଯିବ ଏବଂ ଜନତା ପରିବର୍ତ୍ତନକୁ ଅପେକ୍ଷା କରିଛନ୍ତି। ସମାଜବାଦୀ ପାର୍ଟିର ଏହି ଘୋଷଣାପତ୍ର ଆଗାମୀ ବିଧାନସଭା ର୍ନିବାଚନର ବହୁ ପୂର୍ୱରୁ ଜାରି କରାଯାଉଛି, ଯାହା ଦ୍ୱାରା ପାର୍ଟି ତାହାର ପ୍ରମୁଖ ପ୍ରସଙ୍ଗ ଓ ପ୍ରତିଶ୍ରୁତିଗୁଡ଼ିକୁ ବୁଥ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ପାରିବ। ଏବେ ପ୍ରଶ୍ନ ହେଉଛି ଯେ ପିଡିଏ (ପଛୁଆ, ଦଳିତ, ସଂଖ୍ୟାଲଘୁ) ରାଜନୀତିକୁ କେନ୍ଦ୍ରରେ ରଖି ପ୍ରସ୍ତୁତ କରାଯାଉଥିବା ଏହି ଘୋଷଣାପତ୍ର ୨୦୨୭ର ର୍ନିବାଚନୀ ସମୀକରଣକୁ କେତେ ପରିମାଣରେ ପ୍ରଭାବିତ କରୁଛି।

Share