Posted inଜାତୀୟ

ୟୁପିରେ ୧୫୦ ମେଡିିକାଲ ଛାତ୍ରଙ୍କୁ ର଼୍ୟାଗିଂ : ଲଣ୍ଡାକରି ରାସ୍ତାରେ ବୁଲାଇଲେ

ଲକ୍ଷ୍ନୌ, ୨୨ା୮(ପି.ଟି.): ଉତ୍ତରପ୍ରଦେଶ(ୟୁପି)ର ସଇଫାଇଠାରେ ଥିବା ମେଡିକାଲ ସାଇନ୍ସ ବିଶ୍ୱବିଦ୍ୟାଳୟରେ ନବାଗତ ୧୫୦ ମେଡିକାଲ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଛି। ବରିଷ୍ଠ ଛାତ୍ରମାନଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ବର୍ଷର ଏହି ଛାତ୍ରମାନେ ଲଣ୍ଡାହୋଇ ରାସ୍ତାରେ ମୁଣ୍ଡ ନୁଆଇଁ ମାର୍ଚ୍ଚ କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଭିଡିଓରେ ପ୍ରଥମ ବର୍ଷର ଛାତ୍ରମାନେ ଲଣ୍ଡା ହେବା ସହ ଧଳା ପୋଷାକ ପରିଧାନ କରି ମୁଣ୍ଡ ନୁଆଁଇ ରାସ୍ତାରେ ମାର୍ଚ୍ଚ କରୁଥିବା ଦେଖାଯାଇଛି। ଦ୍ୱିତୀୟ ଭିଡିଓରେ ବରିଷ୍ଠ ଛାତ୍ରଙ୍କୁ ଏମାନେ ସାଲ୍ୟୁଟ୍‌ ମାରୁଥିବାର ଦୃଶ୍ୟ ଦେଖାଯାଇଛି। ତୃତୀୟ ଭିଡିଓରେ ଜଣେ ସୁରକ୍ଷାକର୍ମୀ ଛାତ୍ରଙ୍କ ପାଖରେ ଛିଡ଼ା ହୋଇଥିବାର ଦୃଶ୍ୟ ରହିଥିବାବେଳେ ଏଭଳି କାର୍ଯ୍ୟକୁ ବିରୋଧ କରି ନ ଥିଲେ। ଏହି ଭିଡିଓକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟର କୁଳପତି ଡ. ରାଜକୁମାର ଏନେଇ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ର଼୍ୟାଗିଂ ରୋକିବା ଲାଗି ସ୍ବତନ୍ତ୍ର ସ୍କ୍ବାଡ୍‌ ସହ ଏକ କମିଟି ଗଠନ କରାଯାଇଛି ।
ଏନେଇ ଛାତ୍ରମାନେ କମିଟି ଆଗରେ ଅଭିଯୋଗ କରିପାରିବେ ବୋଲି ସେ କହିଛନ୍ତି। ର଼୍ୟାଗିଂକୁ ନେଇ ପୂର୍ବରୁ ବହୁ ଛାତ୍ରଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ କୁଳପତି କହିଛନ୍ତି। ନବାଗତମାନେ ଏନେଇ ଡ଼ରିବାର କିଛି ନାହିଁ ବୋଲି ସେ ସାନ୍ତ୍ୱନା ଦେଇଛନ୍ତି। ପ୍ରକାଶଥାଉ କି, ସଇଫାଇ ହେଉଛି ଏସ୍‌ପି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂ ଯାଦବଙ୍କ ନିଜ ଗାଁ। ମୁଲାୟମ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ବିଶ୍ୱବିଦ୍ୟାଳୟ ଗଠନ କରାଯାଇଥିଲା। ଗତ ମାସରେ ହାଇଦ୍ରାବାଦର ଜଣେ ଛାତ୍ରଙ୍କୁ ଏଠାରେ ର଼୍ୟାଗିଂ କରାଯିବା ପରେ ସେ ଆତ୍ମହତ୍ୟା ଲାଗି ଉଦ୍ୟମ କରିଥିଲେ। ଗତ ମାର୍ଚ୍ଚରେ ତାମିଲନାଡ଼ୁର ୨ ଛାତ୍ର ର଼୍ୟାଗିଂ ଲାଗି ଆତ୍ମହତ୍ୟା କରିଥିଲେ। ଏହାସତ୍ତ୍ୱେ ର଼୍ୟାଗିଂକୁ ରୋକାଯାଇ ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri