Categories: ଜାତୀୟ

ୟୁପିରେ ବର୍ଷାର ପ୍ରକୋପ,ଝଡ଼ ତୋଫାନ ନେଲା ୧୯ଜୀବନ

ଲକ୍ଷ୍ନୌ,୭।୬: ଭୀଷଣ ଖରାରେ ସିଝୁଥିବା ଉତ୍ତରପ୍ରଦେଶରେ ଗୁରୁବାର ବର୍ଷା ହେବା ପରେ ଗରମରୁ ଟିକେ ନିସ୍ତାର ମିଳିଛି। ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ନୌ ଓ ଆଖପାଖ ଅଞ୍ଚଳରେ ଭାରି ବର୍ଷା ହେବା ଯୋଗୁ ବହୁ ଲୋକଙ୍କ ଜୀବନ ହାନି ହୋଇଥିବା ଜଣାପଡ଼ିଛି। ଝଡ ତୋଫାନ ଯୋଗୁ ୟୁପିର ୬ଟି ଜିଲାରେ ୧୯ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସବୁଠାରୁ ଅଧିକ ମେନପୁରୀରେ ୬ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଅପରପକ୍ଷରେ ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରି ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ ପ୍ରଦାନ ସହ ସମସ୍ତ ପ୍ରକାର ସାହାଯ୍ୟ କରିବା ପାଇଁ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଖୁବ୍‌ ଶୀଘ୍ର ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ଆକଳନ କରି ସହାୟତା ରାଶି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Share