ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଧର୍ମଘଟ

ରାୟଗଡ଼ା ଅଫିସ,୩୧।୧: ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ପ୍ରଚଳନ, ଦରମାର ପୁନଃ ନିର୍ଦ୍ଧାରଣ, ସମାନ କାମକୁ ସମାନ ଦରମା, ଅବସରକାଳୀନ ସହାୟତାରୁ ଆୟକର ବ୍ୟବସ୍ଥାକୁ ବାଦ୍‌ ଦେବା ଆଦି ୧୨ ଦଫା ଦାବିରେ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ଧର୍ମଘଟ ହୋଇଛି। ଏ ନେଇ ଶୁକ୍ରବାର ସକାଳୁ ରାୟଗଡ଼ା ମୁଖ୍ୟ ଏସ୍‌ବିଆଇ ବ୍ୟାଙ୍କ ସମ୍ମୁଖରେ ଶତାଧିକ କର୍ମଚାରୀ ଧର୍ମଘଟରେ ବସିଛନ୍ତି। ଏଥିରେ ରାୟଗଡ଼ା ରିଜନ ଫାଇଭର ଜୋନାଲ ସେକ୍ରେଟାରି ରାମଦାସ ବିଡିକା, ବି . ତାରିଣୀ , ରାୟଗଡ଼ା ଶାଖାର ସଭାପତି ସୁବାସ ଚନ୍ଦ୍ର ବିସମାଝି , ଏସ୍‌କେ ଶୁଭାନ ପ୍ରମୁଖ ଉପସ୍ଥିତ ଥିଲେ ।