Posted inଖେଳ

ୟୁଥ୍‌ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଲେ ଲାଲ୍‌ରିନୁଙ୍ଗା

ଆପିଆ, (ସାମୋଆ), ୧୨ା୭ (ପି.ଟି.)- ଚଳିତ ରାଜ୍ୟଗୋଷ୍ଠୀ ଚମ୍ପିୟନଶିପ୍‌ର ତୃତୀୟ ଦିବସରେ ୟୁଥ୍‌ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜେରେମି ଲାଲ୍‌ରିଙ୍ଗୁଆନା ଚମକପ୍ରଦ ପ୍ରଦର୍ଶନ କରିଛନ୍ତି। ସେ ତିନୋଟି ରେକର୍ଡ ଭଙ୍ଗ କରିଛନ୍ତି, କିନ୍ତୁ କ୍ଲିନ୍‌ ଆଣ୍ଡ୍‌ ଜର୍କ ଉତ୍ତୋଳନରେ ବିଫଳ ହୋଇଛନ୍ତି। ୬୭ କେଜି କାଟେଗୋରିରେ ଅଂଶଗ୍ରହଣ କରିଥିବା ୧୬ ବର୍ଷୀୟ ଜେରେମି ସ୍ନାଚ୍‌ କାଟେଗୋରିରେ ୧୩୬କେଜି ଉତ୍ତୋଳନ କରିବା ସହ ୟୁ୍‌ଥ୍‌ ଓ୍ବାଲର୍‌ଡ, ଏସିଆନ ଏବଂ ରାଜ୍ୟଗୋଷ୍ଠୀ ରେକର୍ଡ ଭଙ୍ଗ କରିଛନ୍ତି। ପୂର୍ବରୁ ୟୁଥ୍‌ ଓ୍ବାଲର୍‌ଡ ଏବଂ ଏସିଆନ ରେକର୍ଡ ମଧ୍ୟ ଲାଲ୍‌ରିନୁଙ୍ଗାଙ୍କ ନାମରେ ରହିଥିଲା। ଏପ୍ରିଲରେ ଚାଇନାର ନିଙ୍ଗ୍‌ବୋଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ୧୩୪କେଜି ଉତ୍ତୋଳନ କରି ସେ ଏହି ରେକର୍ଡ ଅଧିକାରୀ ହୋଇଥିଲେ। ଭାରତର ଅନ୍ୟ ଭରୋତ୍ତୋଳକମାନେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ୬ଟି ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ତନ୍ମଧ୍ୟରେ ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି। ଅଚିନ୍ତା ଶିଉଳି ମୋଟ ୩୦୫କେଜି (୧୩୬କେଜି+୧୬୯କେଜି) ଉତ୍ତୋଳନ କରି ସିନିୟର ଏବଂ ଜୁନିୟର ପୁରୁଷ ୭୩ କେଜି ଶ୍ରେଣୀରେ ସ୍ବର୍ଣ୍ଣ ଜିତିପାରିଛନ୍ତି। ସେହିପରି ମହିଳା ୭୬କେଜି ମହିଳା ବିଭାଗରେ ମନପ୍ରୀତ କୌର ୨୦୭ କେଜି (୯୧କେଜି+୧୧୬କେଜି) ଉଠାଇ ସ୍ବର୍ଣ୍ଣ ଜିତିଛନ୍ତି। ରାଜ୍ୟଗୋଷ୍ଠୀ ଚମ୍ପିୟନଶିପ୍‌ରେ ଏକ ସଙ୍ଗରେ ୟୁଥ୍‌, ଜୁନିୟର ଓ ସିନିୟର କାଟେଗୋରିରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri