ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କଲେ ଗୋବିନ୍ଦା

ମୁମ୍ବାଇ: ୮୦ ଦଶକରୁ ବହୁମୁଖୀ ପ୍ରତିଭା ଯୋଗେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ କରିଛନ୍ତି। ସମୟ ସହିତ ତାଳ ଦେଇ ନିଜକୁ ଡିଜିଟାଲ କରିଛନ୍ତି ଗୋବିନ୍ଦା। ବର୍ତ୍ତମାନ ତାଙ୍କ ହାତରେ କୌଣସି ଫିଲ୍ମ ନ ଥିବାରୁ ସମୟର ସଦୁପଯୋଗ କରିବାକୁ ଆଗେଇ ଆସିଛନ୍ତି। ଦର୍ଶକଙ୍କ ସହିତ ସିଧାସଳଖ ଯୋଡ଼ି ହେବାକୁ ‘ଗୋବିନ୍ଦା ନଂ-୧’ ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଛନ୍ତି। ଏହି ଚ୍ୟାନେଲ ଜରିଆରେ ଗୋବିନ୍ଦା ନିଜେ ଗାଇଥିବା କିଛି ଗୀତ ଏବଂ ଅନ୍ୟାନ୍ୟ ପ୍ରତିଭା ପ୍ରଦର୍ଶିତ କରିବେ। ଭାଲେଣ୍ଟାଇନ୍ସ ଡେ’ରେ ନିଜେ ଗାଇଥିବା ଗୀତ ‘ଚଲ୍‌ନା ରୋମାନ୍ସ କରେ’ ଏବଂ ‘ ତୁ ମେରୀ ଡ୍ରିମ୍‌ କମ୍‌ ଟୁ ହୈ’ ପୋଷ୍ଟ କରିଛନ୍ତି। ନିଜର ନୂତନ କ୍ୟାରିୟର ନେଇ ଗୋବିନ୍ଦା କୁହନ୍ତି, ଏହି ୟୁଟ୍ୟୁବ୍‌ ଚ୍ୟାନେଲ ଜରିଆରେ ଦର୍ଶକଙ୍କୁ ନିୟମିତ ମନୋରଞ୍ଜନର ଖୋରାକ ଯୋଗାଇବେ। ମୋ’ର ବିଶ୍ୱାସ ମୋତେ ଦର୍ଶକଙ୍କ ଢେରସାରା ଭଲପାଇବା ଏବଂ ଆଶୀର୍ବାଦ ମିଳିବ।

ଗୋବିନ୍ଦାଙ୍କ ପୂର୍ବରୁ ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ଜ୍ୟାକ୍‌ଲିନ ଫର୍ନାଡିସ୍‌, କାର୍ତ୍ତିକ ଆର୍ୟନ, ଅଜୟ ଦେବଗନ, ମାଧୁରୀ ଦୀକ୍ଷିତ୍‌, ଅର୍ଜୁନ କପୁର ଏବଂ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ନିଜ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି।

Share