ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି ପଓ୍ବନଙ୍କ ନୂଆ ଭୋଜପୁରୀ ଗୀତ ‘କମରିୟା ହିଲା ରହି ହେ’, ଦେଖନ୍ତୁ ଭିଡିଓ

ବମ୍ବେ: ରିଲିଜ ହୋଇଛି ନୂଆ ଭୋଜପୁରୀ ଗୀତ ‘କମରିଆ ହିଲା ରହି ହେ’। ଭୋଜପୁରୀ ଫିଲ୍ମଜଗତର ହିଟ୍‌ ମେଶିନ କୁହାଯାଉଥିବା ପଓ୍ବନ ସିଂ ଏହାକୁ ଗାଇଛନ୍ତି। ରିଲିଜର କିଛି ଘଣ୍ଟା ମଧ୍ୟରେ ଏହାକୁ ଦଶ ମିଲିଅନ ଲୋକେ ଦେଖିସାରିଛନ୍ତି। ଗୀତରେ ପବନଙ୍କ ସହ ରହିଛନ୍ତି ଲୋରେନ ଗୋଟଲିବ। ହୋଲି ଥିମ୍‌ରେ ଏହାକୁ ନିର୍ମାଣ କରାଯାଇଛି। ୟୁଟ୍ୟୁବରେ ଏବେ ଗୀତ ପ୍ରଥମ ନଂରେ ଟ୍ରେଣ୍ଡ କରୁଛି। ପୂର୍ବରୁ ପଓ୍ବନଙ୍କ ଗୀତ ‘ଲଲି ପପ୍‌ ଲାଗେଲୁ’ ସୁପରହିଟ୍‌ ହୋଇଥିଲା।

Share