ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୧।୪: ୟୁନାଇଟେଡ ଆରବ ଏମିରେଟ୍‌ସ (ୟୁଏଇ)ର ରାଜଧାନୀ ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ହୋଇଛି। ସ୍ବାମୀନାରାୟଣନ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ ଉପସ୍ଥିତ ରହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ସାରା ବିଶ୍ୱରୁ ମନ୍ଦିର ନିର୍ମାଣକାରୀ ସାମାଜିକ ଓ ଆଧ୍ୟାତ୍ମିକ ବ୍ୟକ୍ତିମାନେ ଯୋଗଦେଇଥିଲେ। ମୋଦି ଉପସାଗରୀୟ ରାଷ୍ଟ୍ରର ଏହି ପଦକ୍ଷେପକୁ ପ୍ରଶଂସା କରି ଏକ ବାର୍ତ୍ତା ପଠାଇଥିଲେ। ୟୁଏଇର ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସୂରି ଉକ୍ତ ବାର୍ତ୍ତା ପାଠ କରିଥିଲେ। ଏହି ମନ୍ଦିର ସମ୍ପୂର୍ଣ୍ଣ ହେଲେ ଏହା ସାର୍ବଜନୀନ ମାନବିକ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକ ନୀତିର ପ୍ରତୀକ ବହନ କରିବ ଏବଂ ଉଭୟ ଭାରତ ଓ ଆରବ ରାଷ୍ଟ୍ରର ଐତିହ୍ୟକୁ ପ୍ରତିଫଳିତ କରିବ ବୋଲି ସୂରି ପ୍ରକାଶ କରିଥିଲେ।

Share