Categories: ଖେଳ

ହ୍ୟାଟ୍ରିକ ଛକା ଲଗାଇଲେ ରୋହିତ

ବିଶାଖାପାଟଣା,୫।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଇନିଂସ(୧୨୭)ରେ ମଧ୍ୟ ଭାରତୀୟ ଦଳର ଓପନର ରୋହିତ ଶର୍ମା ଶତକ ଲଗାଇଛନ୍ତି। ଶନିବାର ଶତକ ପୂର୍ଣ୍ଣ କରିବା ପରେ ରୋହିତ ଗିଅର ଚେଞ୍ଜ କରି ଖେଳିଥିଲେ। ୫୬ତମ ଓଭରର ଡେନ ପିଟ୍‌ଙ୍କ ଅନ୍ତିମ ୩ ବଲରେ ହ୍ୟାଟ୍ରିକ ଛକା ଲଗାଇଥିଲେ। ୫୫.୪ ବଲକୁ ରୋହିତ ଆଣ୍ଠେଇ ଲଙ୍ଗ ଅନ୍‌ ଅଞ୍ଚଳରେ ସ୍ଲଗ ସୁଇପ୍‌ ଶଟ ଖେଳି ଛକା ଲଗାଇଥିଲେ। ଏହାର ପରବର୍ତ୍ତୀ ବଲକୁ ସମାନ ଅଞ୍ଚଳକୁ ଛକା ମାରିଥିଲେ। ଓଭର ଅନ୍ତିମ ବଲକୁ ଅଫ୍‌ ଷ୍ଟମ୍ପ ବାହାରୁ ଟାଣି ପୁଣି ଲଙ୍ଗ ଅନ୍‌ ଅଞ୍ଚଳକୁ ଛକା ମାରିଥିଲେ। ତେବେ ରୋହିତଙ୍କ ୧୨୭ ରନ୍‌ର ଇନିଂସରେ ୭ ଛକା ସାମିଲ ଥିଲା। ମୋଟ ଉପରେ ଏହି ମ୍ୟାଚ୍‌ରେ ରୋହିତ ୧୩ ଛକା ଲଗାଇଥିଲେ।

Share