ହ୍ରିତିକ-ଟାଇଗରଙ୍କ ପାଇଁ ବନ୍ଦ ରହିଲା ପର୍ତ୍ତୁଗାଲ ସହର

ମୁମ୍ବାଇ: ବଲିଉଡ୍‌ ନାୟକ ହ୍ରିତିକ ରୋଶନ ଓ ଟାଇଗର ର୍ଶଫଙ୍କ ପାଇଁ ୨ ଦିନ ପର୍ତ୍ତୁଗାଲର ପୋରଟୋ ସହର ବନ୍ଦ ରହିଥିବା ଜଣାପଡିଛି। ତେବେ ଏହା ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ଫିଲ୍ମ ‘ଓ୍ବାର’ର ଶୁଟିଂ ପାଇଁ ଏମିତି ଅନୁମତି ନେଇଥିଲେ ନିର୍ଦ୍ଦେଶକ। କିଛିଦିନ ହେବ ପର୍ତ୍ତୁଗାଲ ସହରରେ ‘ଓ୍ବାର’ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଏହାର ପୋରଟୋ ସହରରେ ଥିବା ମୁଖ୍ୟ ବ୍ରିଜ୍‌ ଉପରେ ହ୍ରିତିକ ଓ ଟାଇଗରଙ୍କ ଏକ ଲମ୍ବା ତଥା ହାଇସ୍ପିଡ ଆକ୍ସନ୍‌ ସିନ୍‌ ରହିଥିଲା। ସେଥିପାଇଁ ଏହି ବ୍ରିଜ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଅନୁମତି ନେଇଥିବା ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ସହର କେବେ ବନ୍ଦ ହୋଇ ନ ଥିବା ବେଳେ ଏଠାକାର ବାସିନ୍ଦା ଉତ୍ସୁକତାର ସହ ଚାହିଁ ରହିଥିଲେ କ’ଣ ପାଇଁ ଏହା ବନ୍ଦ ରହିଛି।

Share