ହ୍ରିତିକ୍‌ଙ୍କ ସହ ନଜର ଆସିବେ ଅନୁଷ୍କା

ଫିଲ୍ମ ‘ୱାର୍‌’ର ସଫଳତା ପରେ ଅଭିନେତା ହ୍ରିତିକ ରୋଶନ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଦେଶକ ଫରହା ଖାନଙ୍କ ଆଗାମୀ ଫିଲ୍ମରେ ହ୍ରିତିକ କାମ କରିବେ ବୋଲି ଜଣାପଡିଛି। ଏଥିରେ ତାଙ୍କ ସହିତ ସ୍କ୍ରିନ ଶେୟାର୍‌ କରିବେ ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରଥମଥର ପାଇଁ ହ୍ରିତିକ ଓ ଅନୁଷ୍କାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ରୋହିତ୍‌ ସେଟ୍ଟୀ। ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରୁ ଆରମ୍ଭ ହେବ। ୨୦୨୧ ପ୍ରାରମ୍ଭରେ ଫିଲ୍ମଟି ରିଲିଜ୍‌ ହେବ। ଏହି ଫିଲ୍ମଟି ୧୯୮୨ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ ବୋଲି କୁହାଯାଉଛି।

Share