ହ୍ବାଇଟ୍‌ ହାଉସ୍‌ ନିକଟରେ ବିସ୍ଫୋରଣ: ଜଣେ ମୃତ, ୫ ଆହତ

ଓ୍ବାଶିଂଟନ୍‌, ୨୦।୯: ଆମେରିକାର ହ୍ବାଇଟ୍‌ ହାଉସ୍‌ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ରାତି ୧୦ଟାବେଳେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବେ ସ୍ଥାନୀୟ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ରାଷ୍ଟ୍ରପତି ଭବନଠାରୁ ମାତ୍ର ୩ କିମି ଦୂରରେ ଏହି ବିସ୍ଫୋରଣ ଘଟିଛି।

Share