ହୋଲି ଫିକା,କୁକୁଡ଼ା ଗୋଟେ ୪୦ ଟଙ୍କା

ଭଞ୍ଜନଗର,୧୦।୩(ଡି.ଏନ୍‌.ଏ): ବାର୍ଡ ଫ୍ଲୁ ଏବଂ କରୋନା ଭାଇରସ ଯୋଗୁ କୁକୁଡ଼ା ମାଂସ ବିକ୍ରି ପ୍ରାୟ କମିଯାଇଛି । ତେଣୁ  ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମରୁ କୁକୁଡ଼ା ରପ୍ତାନି ହୋଇପାରୁନାହିଁ । କିଛି କୁକୁଡ଼ା ଫାର୍ମ ମାଲିକ କୁକୁଡ଼ାଗୁଡ଼ିକୁ ଖୁବ୍‌ କମ୍‌ ଦରରେ ବିକ୍ରି କରି ଦେଉଥିବା ଲକ୍ଷ୍ୟ କରାଯାଉଛି । ମଙ୍ଗଳବାର ସକାଳେ ଭଞ୍ଜନଗର ସହର ନିକଟରେ ଥିବା ଏକ କୁକୁଡ଼ା ଫାର୍ମରେ ଗୋଟେ କୁକୁଡ଼ା (ପ୍ରାୟ ୨କେଜି)କୁ ୪୦ ଟଙ୍କାରେ ବିକ୍ରି କରାଯାଉଥିଲା । ଫଳରେ ଫାର୍ମ ନିକଟରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମିଥିଲା । ଅପରପକ୍ଷେ କରୋନା ଭାଇରସ ପାଇଁ ଆଜି ହୋଲି ଉସତ୍ବ ମଧ୍ୟ ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଛି । ଭଞ୍ଜନଗର ସହରରେ ପ୍ରାୟ ହୋଲି ଖେଳ ହେଉନାହିଁ। ଅଳ୍ପ କିଛି ଯୁବକ ଓ ଶିଶୁ ହୋଲିରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି। ବରିଷ୍ଠ ନାଗରିକମାନେ ହୋଲିଠାରୁ ଦୂରେଇ ରହିଛନ୍ତି ।