Posted inହୋଲି

ହୋଲି କେଉଁଠି କେମିତି

ରଙ୍ଗର ପର୍ବ ହୋଲି। ଦେଶର ବିଭିନ୍ନ ସ୍ଥାନରେ ଏହି ପବିତ୍ର ଉତ୍ସବକୁ ମହା ଆନନ୍ଦର ସହକାରେ ଲୋକେ ପାଳନ କରିଥାନ୍ତି। କେଉଁଠି ଅବିର ଖେଳି ତ ଆଉ କେଉଁଠି ନାଚଗୀତର ଆସରରେ। ଏପରି କି କିଛି କିଛି ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ଏଠାରେ ସେମିତି କିଛି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁଠିକୁ ବୁଲିଗଲେ ହୋଲି ଉତ୍ସବକୁ ବେଶ୍‌ ଉପଭୋଗ କରିହେବ…

ମଥୁରା ଓ ବୃନ୍ଦାବନ: ଏଠାରେ ହୋଲିକୁ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ହୋଲି ସମୟରେ ଫଗୁଖେଳ ସାଙ୍ଗକୁ ରାଧାକୃଷ୍ଣଙ୍କ ନାମ ଉଚ୍ଚାରଣ କରି ନଗର ପରିକ୍ରମା କରିବା ହେଉଛି ଏଠାକାର ମୁଖ୍ୟ ଆକର୍ଷଣ। ତା’ସହିତ ସ୍ଥାନୀୟ ପିଲାଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ଶ୍ରୀକୃଷ୍ଣଙ୍କ ଜୀବନୀ ଉପରେ ଆଧାରିତ ନାଟକ ବି ଦର୍ଶକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ।
ବରସାନା: ଉତ୍ତର ପ୍ରଦେଶର ମଥୁରା ଜିଲା ଅନ୍ତର୍ଗତ ବରସାନାରେ ପାଳିତ ହେଉଥିବା ଲଠ୍‌ମାର୍‌ ହୋଲି ଦେଶ ବିଦେଶରେ ବେଶ୍‌ ପ୍ରସିଦ୍ଧି ପାଇଛି। କାରଣ ପ୍ରତିବର୍ଷ ହୋଲି ଅବସରରେ ସ୍ଥାନୀୟ ନନ୍ଦଗାଓଁରୁ କିଛି ଗୋପ ଯୁବକ ବରସାନା ଗାଁର ଗୋପୀମାନଙ୍କୁ ରଙ୍ଗ ଲଗାଇବା ପାଇଁ ଆସିଥାନ୍ତି। କିନ୍ତୁ ସେଠାରେ ପହଞ୍ଚତ୍ଲା ପରେ ଗୋପୀମାନେ ହାତରେ ବାଡ଼ି ଧରି ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥାନ୍ତି। ହେଲେ ଗୋପ ଯୁବକ ବିଭିନ୍ନ ପ୍ରକାର ଗୀତ ଗାଇ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି। ତଥାପି ବି ଗୋପୀମାନଙ୍କର ରାଗ ଶାନ୍ତ ହୁଏନାହିଁ। ସେମାନେ ସମସ୍ତେ ଏକତ୍ର ହୋଇ ଗୋପ ଯୁବକଙ୍କୁ ପିଟିବା ପାଇଁ ବାଡ଼ିଧରି ମାଡିଆସନ୍ତି ଆଉ ଯୁବକମାନେ ଢାଲ ଧରି ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥାନ୍ତି, ଯାହା ଦେଖିବାକୁ ଖୁବ୍‌ କୌତୁକିଆ ଲାଗିଥାଏ। ଏହି ଖେଳରେ ନା ରାଗ ଥାଏ ନା ହିଂସା। ବରଂ ଏହାକୁ ଏକ ପରମ୍ପରା ଭାବେ ପ୍ରତିବର୍ଷ ଏଠାରେ ପାଳନ କରାଯାଇଥାଏ।

ପୁରୁଲିଆ: ପଶ୍ଚିମବଙ୍ଗସ୍ଥିତ ପୁରୁଲିଆର ସାଂସ୍କୃତିକ ଐତିହ୍ୟ ଖୁବ୍‌ ସମୃଦ୍ଧ। ଏଠାରେ ପ୍ରତି ପର୍ବପର୍ବାଣି ସମୟରେ ପାରମ୍ପରିକ ନୃତ୍ୟକଳା ପରିବେଷଣ କରିବାକୁ ଏକ ପ୍ରଥା ବୋଲି ସ୍ଥାନୀୟ ଲୋକେ ମାନିଥାନ୍ତି। ଖାସ୍‌କରି ହୋଲି ସମୟରେ ଏଠାରେ ବସନ୍ତ ଉତ୍ସବ ପାଳିତ ହେଉଥିବାର ସୂଚନା ରହିଛି। ଏହି ଅବସରରେ ସ୍ଥାନୀୟ ବାସିନ୍ଦା ରଙ୍ଗବେରଙ୍ଗର ଅବିର ଖେଳିବା ସହିତ ବିଭିନ୍ନ ପ୍ରକାର ଲୋକକଳା ପରିବେଷଣ କରିବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ଏହି ଲୋକକଳା ଏତେ ଆକର୍ଷଣୀୟ ହୋଇଥାଏ ଯେ, ଯାହାକୁ ଦେଖିବା ପାଇଁ ହୋଲି ଅବସରରେ ଦେଶ ବିଦେଶରୁ ପର୍ଯ୍ୟଟକ ଏଠାକୁ ଧାଇଁଆସିଥା’ନ୍ତି।
ଶାନ୍ତିନିକେତନ: ପୁରୁଲିଆ ପରି ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ ବି ହୋଲି ପର୍ବକୁ ବସନ୍ତ ଉତ୍ସବ ଭାବେ ପାଳନ କରାଯାଇଥାଏ। ଖାସ୍‌କରି ହୋଲି ସମୟରେ ଏଠାରେ ହେଉଥିବା ଅବିର ଖେଳ ସାଙ୍ଗକୁ ନାଚଗୀତର ଆସର ଏଠାକାର ପରିବେଶକୁ ବେଶ୍‌ ରଙ୍ଗିନ କରିଦିଏ।
ଦିଲ୍ଲୀ: ଦିଲ୍ଲୀରେ ବି ବେଶ୍‌ ଆନନ୍ଦ ଉଲ୍ଲାସରେ ହୋଲିପର୍ବକୁ ପାଳନ କରାଯାଇଥାଏ। ଏଠାକାର ଅଧିକାଂଶ ସ୍ଥାନରେ ମ୍ୟୁଜିକାଲ୍‌ ହୋଲିର ଆୟୋଜନ ହୋଇଥାଏ। ଯେଉଁଠାରେ ହୋଲିଖେଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଥଣ୍ଡାପାନୀୟ ପିଇ ମ୍ୟୁଜିକ୍‌ର ତାଳେ ତାଳେ ନାଚ କରିବାକୁ ହୋଇଥାଏ, ଯାହା ଶରୀର ସାଙ୍ଗକୁ ମନକୁ ବି ସୁସ୍ଥ ଆଉ ପ୍ରଫୁଲ୍ଲିତ କରିବାରେ ବେଶ୍‌ ସହାୟକ ହୋଇଥାଏ।
ଉଦୟପୁର: ରାଜସ୍ଥାନର ଉଦୟପୁରରେ ହୋଲି ଉତ୍ସବକୁ ଅନେକେ ରୟାଲ୍‌ ହୋଲି ବି କହିଥାନ୍ତି। କାରଣ ସ୍ଥାନୀୟ ଅଞ୍ଚଳର ମଓ୍ବୋର ରାଜ ପରିବାରରେ ବେଶ୍‌ ଜାକଜମକରେ ଏହି ପର୍ବକୁ ପାଳନ କରାଯାଇଥାଏ। ଏହି ଦିନ ସେମାନେ ପାରମ୍ପରିକ ପୋଷାକ ପିନ୍ଧି ହୋଲି ଉତ୍ସବକୁ ପାଳନ କରିବା ସଙ୍ଗେସଙ୍ଗେ ହୋଲିକା ଦହନର ଆୟୋଜନ କରିଥାନ୍ତି, ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri