ହୋଲିରେ ପରିବେଶ ସୁରକ୍ଷା ବାର୍ତ୍ତା

ରଙ୍ଗର ପର୍ବ ହୋଲିକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ତେବେ ହୋଲିକୁ ବିଶେଷ ଭାବରେ ପାଳନ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥାଏ ମଧ୍ୟପ୍ରଦେଶ ଉଜ୍ୱୟିନୀ ସହରର ହୋଲି। ୩୦୦୦ ବର୍ଷ ତଳୁ ଏହି ସହରରେ ଏକ ଭିନ୍ନ ଢଙ୍ଗରେ ହୋଲି ପାଳନ କରାଯାଉଛି। ଏଠାରେ ହୋଲି ଦିନ ହୋଲିକା ଦହନ ନିମନ୍ତେ ବ୍ୟବହାର କରାଯାଏ ଗୋବରରେ ତିଆରି ହୋଇଥିବା ଘଷି। ବ୍ରାହ୍ମଣମାନେ ମନ୍ତ୍ର ଉଚ୍ଚାରଣ ସହିତ ପ୍ରଥମେ ଘଷିଗୁଡ଼ିକୁ ଏକାଠି ହୋଲିକା ସଜାଇ ରଖିଥାନ୍ତି। ଏହାପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ତ୍ରପାଠ ସହ ପୂଜାର୍ଚ୍ଚନା କରି ଶେଷରେ ହୋଲିକା ଦହନ କରିଥାନ୍ତି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ପୂର୍ବପୁରୁଷମାନେ ଏପରି ହୋଲି ଉତ୍ସବ ପାଳନ କରିବାର ପରମ୍ପରା ରହିଆସିଛି। ଏବେ ବି ଏଇ ପରମ୍ପରାକୁ ଲୋକେ ସମ୍ମାନ ଜଣାଇ ଘଷିରେ ହୋଲିକା ଦହନ କରୁଛନ୍ତି। ତେବେ ହୋଲିକା ନିମନ୍ତେ ଏକ ମାସ ପୂର୍ବରୁ ମନ୍ତ୍ର ଉଚ୍ଚାରଣ ସହିତ ଗୋବରରେ ଘଷି ତିଆରି କରାଯାଇଥାଏ।

Share