ହୋମ୍‌ ଡେଲିଭରି ମଦ ବ୍ୟବସ୍ଥା ଉପରେ ବିଚାର କରନ୍ତୁ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୫: ସାରା ବିଶ୍ବରେ ମହାମାରୀ କରୋନା ସଙ୍କଟ ଦେଖାଦେଇଛି। କରୋନା ମୁକାବିଲା ପାଇଁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଛି। ତେବେ ଲକ୍‌ଡାଉନ ମଧ୍ୟରେ ମଦ ଦୋକାନ ବନ୍ଦ କରିଯିବା ନେଇ ଏକ ଆବେଦନ ଉପରେ ଶୁକ୍ରବାର ସୁପ୍ରମିକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟରେ ମଦ ବିକ୍ରି କରାଯିବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ। ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ସରକାର ପରୋକ୍ଷରେ ମଦ ବିକ୍ରି କରିପାରିବେ। ଯଥା ଅନ୍‌ଲାଇନ୍‌ କିମ୍ବା ହୋମ ଡେଲିଭରି ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଚିନ୍ତା କରନ୍ତୁ ବୋଲି ସୁପ୍ରମିକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ପ୍ରଥମ ଦିନରୁ ମଦ ବିକ୍ରି ପାଇଁ ଗ୍ରୀନ ଜୋନରେ ଅନୁମତି ମିଳିଥିଲା। ସାମାଜିକ ଦୂରତା ବଜାୟ ରଖି ମଦ ବିକ୍ରି କରାଯାଇପାରିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ। ହେଲେ ମଦ ପାଇଁ ଆକୁଳ ଥିବା ଲୋକେ ସବୁ ନିୟମ ଭଙ୍ଗ କରିଥିଲେ। ତେବେ ଏହାକୁ ଦେଖି ମଦ ଦୋକାନ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା।

Share