ହୋମ୍‌ କ୍ୱାରାଣ୍ଟାଇନ୍‌ରେ ସଲମାନଙ୍କ ଭଉଣୀ!

ମଣ୍ଡି,୨୨।୬: ମାୟାନଗରୀ ମୁମ୍ବାଇରୁ ବଲିଉଡ୍‌ ଅଭିନେତା ସଲମାନ ଖାଁଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ ଆୟୁଷ ଶର୍ମା ଓ ୨ସନ୍ତାନଙ୍କ ସହ ହିମାଚଳ ପ୍ରଦେଶର ମଣ୍ଡିକୁ ଗସ୍ତ କରିଛନ୍ତି। ମଣ୍ଡି ପହଞ୍ଚିବା ପରେ ଅର୍ପିତା ଓ ତାଙ୍କ ପରିବାରକୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି। କିଛି ଦିନ ପୂର୍ବରୁ ପ୍ରଶାସନଙ୍କ ଅନୁମତିକ୍ରମେ ହେଲିକପ୍ଟରରେ ସେମାନଙ୍କୁ ମଣ୍ଡି ଅଣାଯାଇଥିଲା। ଏହାପରେ ଅର୍ପିତା ଓ ତାଙ୍କ ପରିବାରର ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏବେ ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମଣ୍ଡିକୁ ବିବାହ ପରେ ଏବଂ କରୋନା ସଙ୍କଟ ମଧ୍ୟରେ ଅର୍ପିତାଙ୍କ ଏହା ଦ୍ୱିତୀୟ ଗସ୍ତ ବୋଲି କୁହାଯାଉଛି। ଯାହାକୁ ନେଇ ଏବେ ବିଭିନ୍ନ ପ୍ରକାରର ଚର୍ଚ୍ଚା ସୃଷ୍ଟି ହୋଇଛି।

Share